ରାଣୀକଟା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାଣୀକଟା ଠାରେ ପ୍ରଥମ ବାର୍ଷିକ ଉତ୍ସବ ସହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଲାଞ୍ଜିଗଡ଼ ବ୍ଳକ ଚେୟାରମେନ କମଳା ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। 

ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇଥିଲେ। 

ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଭଟାଙ୍କପଦର ସରପଂଚ ଦଶମୀ ମାଝୀ, ସମିତି ସଭ୍ୟ ରୂପେନ ଛତ୍ରିଆ, ଭଟାଙ୍ଗପଦର ସିଆରସିସି ମନୋଜ କୁମାର ସାହୁ ଯୋଗଦେଇଥିଲେ। 

ପ୍ରଧାନ ଶିକ୍ଷୟତ୍ରୀ ନଳିନୀପ୍ରଭା ଦାସ ବିବରଣୀ ପାଠ କରିଥିଲେ ଏବଂ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ତରଫରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ବିଦ୍ୟାଳୟର ସହଶିକ୍ଷକ ସୁଶାନ୍ତ କୁମାର ନାଏକ ଏବଂ ସହଶିକ୍ଷୟତ୍ରୀ ମଂଜୁବାଳା ଦାସ ବିଭିନ୍ନ କାର୍ଯ୍ୟ ତୁଲାଇ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.