ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର +୨ ପରୀକ୍ଷା ଖାତାର ମୂଲ୍ୟାଙ୍କନ ବର୍ଜନ କରି ଅନିର୍ଦିଷ୍ଟ କାଳ ପାଇଁ ଗାନ୍ଧୀ ମାର୍ଗରେ ଧାରଣା ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଂଘର ସଭାପତି ଉଦ୍ଧବ ପଧାନଙ୍କ ନେତୃତରେ ସୁବର୍ଣ୍ଣପୁରର ରାମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ୨ ତାରିଖ ଭୁବନେଶ୍ଵରରେ ହେବାକୁ ଥିବା ମହାସମାବେଶରେ ୦୧-୦୬-୨୦୦୮ ରୁ ୦୧-୦୬-୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ନିମନ୍ତେ ସଂଘ ତରଫରୁ ଉକ୍ତ ସମାବେଶରେ ଅଧିକ ରୁ ଅଧିକ ସଂଖ୍ୟକ ଯୋଗଦାନ କରି ମହାସମାବେଶକୁ ସଫଳ କରିବା ପାଇଁ ନିଷ୍ପତି ନିଆଯାଇଛି। ଏଥି ପାଇଁ ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ବୈଠକ ରେ ବିନିକା ଖଣ୍ଡ ସଂଯୋଜକ ବିଶ୍ୱନାଥ ମିଶ୍ର, ବୀରମହାରାଜପୁର ଖଣ୍ଡ ସଂଯୋଜିକା ସନ୍ତୋଷିନୀ ନାୟକ, ଅଧ୍ୟାପକ ବାଳମକୁନ୍ଦ ବାରିକ, ନିଶାନ୍ତ କୁମାର ମହାନ୍ତି, ସଞ୍ଜୟ ପଧାନ, ମାଧବ ପଧାନ, ପୁସ୍ତମ ମେହେର, ଝଲକ କୁମାର ମିଶ୍ର, ରୋହିତ ଧରୁଆ, ଶରତ କୁମାର କହଁର, ଭୁବନେଶ୍ୱର ସାହୁ, ମାନସ ନାୟକ, ଅଧ୍ୟାପିକା ସନ୍ଧ୍ୟାରାଣୀ ଗୁରୁ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.