ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରା ତାରିଣୀ ମହାବିଦ୍ୟାଳୟ, ପୁରୁଷୋତ୍ତମପୁର ର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ସହର ସ୍ଥିତ ମା’ କନକା ମନ୍ଦିର ପ୍ରାଙ୍ଗଣ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ମୀନକେତନ ନାହାକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଦାୟ ନେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜର ଆଗାମୀ ଭବିଷ୍ୟତ କୁ କିପରି ଉଜ୍ଜଳମୟ କରିପାରିବେ ସେ ସମ୍ବନ୍ଧରେ ବିସ୍ତୃତ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଏନ୍. ମୋହନ ଛାତ୍ରଛାତ୍ରୀ ମାନଙ୍କ ସହ ବିତେଇଥିବା ସମୟର ସ୍ମୃତି ଗୁଡ଼ିକୁ ମନେପକେଇବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଉତ୍ତମ ଚରିତ୍ର ଗଠନ ଓ ଭବିଷ୍ୟତ ଜୀବନ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ. ସୁଧାଂଶୁ ଶେଖର ମିଶ୍ର, ଅଧ୍ୟାପିକା ପ୍ରିୟଙ୍କା ମିଶ୍ର, ଚାନ୍ଦିନୀ ପାତ୍ର ଓ ଋତୁପର୍ଣ୍ଣା ସ୍ବାଇଁ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ ପୂର୍ବକ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅଧ୍ୟାପିକା ଚାନ୍ଦିନୀ ପାତ୍ର ଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଦାୟୀ ଛାତ୍ରଛାତ୍ରୀ ମାନେ ନିଜ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ର କୃତି ସଦୃଶ ଏକ ଫଟୋ ଆଲବମ୍ ର ଉନ୍ମୋଚନ ସହ ବିଦାୟୀ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ବିଭାଗର ଆଲୋଚନା ଚକ୍ର ସହ ସମ୍ପାଦକ ଆଲୋକ ବେହେରା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।