ଜୁନାଗଡ଼ରେ ପାଳିତ ହେଲା ଇଦୁଲ-ଫିତର 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ସହରରେ ମହାସମାରୋହରେ ପାଳିତ ହୋଇଯାଇଛି ଇଦୁଲ-ଫିତର। ଆଜି ସକାଳ ୭:୩୦ ସମୟରେ ଜୁନାଗଡ ଇଦଗା ଠାରେ ପଢା ଯାଇଥିଲା ଇଦୁଲ-ଫିତରର ନମାଜ। ଇମାମ୍ ଅତାଉର୍ ରେହମାନ୍ ସାହାବ ନମାଜ ପାଠ କରାଇଥିଲେ। ଇଦଗା ନମାଜ ସମାପ୍ତି ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜ୍ଞାପନ କରିଥିଲେ। ନମାଜ ସାରିଲା ପରେ ଚାରି ଆଡେ ଆନନ୍ଦର ବାତାବରଣ ଖେଳି ଯାଇଥିଲା। ଜୁନାଗଡ  ମୁସଲିମ ସମାଜର ସଭାପତି ହାସନ ଖାନ, ଉପ ସଭାପତି ରାଜା ହୁସେନ, କେଶିଆର ୟୁସୁଫ ପୋପଟିଆ, ସମ୍ପାଦକ ଅବଦୁଲ ୱାହିଡ ଏବଂ କମିଟିର ଫୈଜୁଲ ଖାନ, ମୋଇଁନ ଖାନ, ସଜବାଜ ଖାନ, ମୋଷିନ ଖାନ, ମୁନୱାର ଖାନ, ଦାଉଦ୍ ଖାନ, ହାଜି ଅବଦୁଲ୍ ହମିଦ, ଅବଦୁଲ୍ ମୋତିନ୍, ରଜବ ଅଲି, ହିଯାଜ୍ ଖାନ, ଭୋଲୁ ଖାନ, ଅମନ୍ ଖାନ, ଆସପାକ ମହମ୍ମଦ ଓ ଅନ୍ୟାନ୍ୟ ଭାଇମାନେ ଜୁନାଗଡ଼ବାସୀଙ୍କୁ ଇଦୁଲ- ଫିତର୍ ମୁବରକ ଜଣାଇ ଥିଲେ ଏବଂ ଦେଶର ପ୍ରଗତି ସହ ଶାନ୍ତି ଏବଂ ଭାଇଚାରା ବଜାୟ ରହୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.