କବିତା: ଆମେ କି ସତରେ ଓଡ଼ିଆ

ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ
ନାହିଁ ଭାଷା ପ୍ରିତୀ ଜାତି ସ୍ଵାଭିମାନ
ମନେ ମନେ କହୁ ଓଡ଼ିଆ
ଓଡ଼ିଆ ଭାଷାକୁ ଘୃଣ୍ୟ ମନ କରି
ଇଂରାଜୀ ଭାଷା କହୁ ବଢ଼ିଆ।

କିଏ କହୁଅଛି, ଉତ୍ତର -ଦକ୍ଷୀଣି
କିଏ କହୁଅଛି ପଶ୍ଚିମ ଓଡ଼ିଶା
ଏହା ଦେଖି ହସୁଛନ୍ତି ପାଖ ପଡିଶା
ଆମେ କି ସତରେ ଓଡ଼ିଆ।

କିଏ କହେ ଜଗନ୍ନାଥ ମୋର
କିଏ କହେ ମହାନଦୀ ମୋର
ଆଉ ନାହିଁ ଉତ୍କଳର ସ୍ଵତନ୍ତ୍ର ସ୍ଥାନ
ଚାଲ ଯିବା ଏଥର ଗଙ୍ଗାସ୍ନାନ
କୋଟିଆ କେବେ ଆନ୍ଧ୍ରପ୍ରଦେଶର
ଖରସୁଆଁ କେବେ ଛତିଶଗଡ଼ର
ଓଡ଼ିଶାର ଆଉ ନାହିଁ ମାନଚିତ୍ର
ସେ ହୋଇଗଲାଣି ଏବେ ପଟ୍ଟଚିତ୍ର
ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ।

ନାହିଁ ଭାଷା ପ୍ରିତୀ ଜାତି ସ୍ଵାଭିମାନ
ମନେ ମନେ କହୁ ଓଡ଼ିଆ
ଉତ୍କଳ ଦିବସ ବଦଳରେ ପାଳୁଛି
ଆମେ ବୋକା ଦିବସ
ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ।

ଉତ୍କଳ ମାଟିର ପୁଅ ଆଉ
ଓଡ଼ିଆ ଭାଷା କହୁନାହିଁ
କହୁଛି ସେ ଆଜି ଇଂରାଜୀ
ଆମେ କି ସତରେ ଓଡ଼ିଆ
ଓଡ଼ିଆ ଭାଷାର ଜ୍ଞାନ ନାହିଁ ଆଜି
ଓଡ଼ିଆ ପୁଅ ପଢୁଛି ବିସିଏ
ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ
ନାହିଁ ଭାଷା ପ୍ରିତୀ ଜାତି ସ୍ଵାଭିମାନ
ମନେ ମନେ କହୁ ଓଡ଼ିଆ।

 


✍🏼ପବିତ୍ର ବେହେରା
ଦୂରଭାଷ-7788886602
ବାହାଲପୁର, ଗଞ୍ଜାମ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.