କେତେ ରୂପ ଛନ୍ଦ ପଦ୍ୟ ତାଳେ ତାଳେ ଲେଖିଦେଲେ କେତେ ଗୀତ ବୋଲାଇଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀ କୋଟି ବ୍ରହ୍ମlଣ୍ଡ ସୁନ୍ଦରୀ ପ୍ରେମ ସୁଧାନିଧି କୋଇଲି ଚଉତିଶା ରସକଲ୍ଲୋଳ ଭାଗବତ କଥା ବୈଷ୍ଣବ ପାଣି, ଭୀମ ଭୋଇ ଆଉ ଦୀନକୃଷ୍ଣ ଦାସ, ଅତିବଡ଼ି ଜଗନ୍ନାଥ ଦାସ।
ଭକ୍ତି ରସ ଭରେ ଗାଇଲେ ସଂଗୀତ ଶ୍ରୀ କୃଷ୍ଣଙ୍କ ନାମ ‘କାହିଁ ଗଲେ ମୁରଲୀ ଫୁଙ୍କା ଯୁବତୀ ରସିଆ କାମିନୀ ରଙ୍କା, ପାଦ ପାଣି ବଙ୍କା ଚୁଳ ହି ବଙ୍କା ବଙ୍କିମା ଅଧରେ ମୁରଲୀ ବଜାଇ ଡାକୁଛନ୍ତି ଆସ ଆସ ରାଧିକା’ ଜୟ ଦେବଙ୍କର ଗୀତି ଗୋବିନ୍ଦ ଦଶାବତାର ଶୁଭେ ଘରେ ଘରେ ନୃତ୍ୟ ତାଳ ଛନ୍ଦ ଓଡିଶୀ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ।
କିନ୍ତୁ ସେ ଲଳିତ ଛନ୍ଦରେ ଉପମା ଭରି ଦେଲେ ପଦ୍ମଶ୍ରୀ ମାୟାଧର ମାନସିଂହ। କାବ୍ୟ କବିତା ର ଗରିମା ରେ ଭରିଦେଲେ ହୃଦ ଓଡ଼ିଆ ସାହିତ୍ୟ ଧୂପ, ସାଧବ ବୋହୂ, ପୂଜାଜେମି, ରୂପଦେବତା, କୋଣାର୍କ, ମହାନଦୀରେ ଜ୍ୟୋସ୍ନା ବିହାର।
ଗର୍ବିତ ଆଜି ଓଡିଆର ମଥା ବିଭୂଷିତ ହୋଇ ପଦ୍ମଶ୍ରୀ ପଦ୍ମ ବିଭୂଷଣ, ସାହିତ୍ୟ ଜ୍ଞାନ ପୀଠ ସମ୍ମାନ ରେ ବିଭୂଷିତ କେତେ କବି ଓ ଗlଳ୍ପିକ। କେତେ ନୈଶ୍ୱର ଶରୀର ଛାଡି ଇହଧାମ ଉତ୍କଳେ ରହିଲେ ହୋଇ ଚିରସ୍ମରଣୀୟ।
ଗର୍ବିତ ଆଜି ଓଡିଆର ମଥା ବିଭୂଷିତ ହୋଇ ପଦ୍ମଶ୍ରୀ ପଦ୍ମ ବିଭୂଷଣ, ସାହିତ୍ୟ ଜ୍ଞାନ ପୀଠ ସମ୍ମାନ ରେ ବିଭୂଷିତ କେତେ କବି ଓ ଗାଳ୍ପିକ।
ବ୍ୟାସ କବି ଫକୀରମୋହନ ଲେଖିଲେ ଗୀତ ଓଡିଶା ସାହିତ୍ୟ ଓଡିଶା ସମାଜ ତତ୍କାଳୀନ ଓଡିଶାର ସମାଜ। କେତେ ଗଳ୍ପ କେତେ ଉପନ୍ୟାସ ଆଜି ତାର ମୂଲ୍ୟ ବୋଧ ବୁଝେ ସାରା ଜଗତ। ସାରା ବିଶ୍ଵ ପଢେ ତାଙ୍କରି କାହାଣୀ କେତେ ଅନୁବାଦ ବଙ୍ଗଳା ଓଡ଼ିଆ ହିନ୍ଦି ଇଂରାଜୀ।
ଚଳଚିତ୍ର ଗଢେ ୟୁ ଟ୍ୟୁବ ଆଉ ବିଶ୍ୱଜଗତ। ଲଛମା ମାମୁଁ ଛ’ମlଣ ଆଠ ଗୁଣ୍ଠ ତତ୍କାଳୀନ ସମୟ ଜମିଦାର ପ୍ରଥା ଅତ୍ୟାଚାର କୃଷକର ବ୍ୟଥା। ସଂଘର୍ଷ ଜୀବନର ଋଣ ନେଇ ନେଇ ଦରିଦ୍ର କୃଷକ ନିଷ୍ପେସିତ ନିର୍ଯ୍ୟାତିତ।
ଶିକ୍ଷା ବିନା ତା ଜୀବନ ‘ଜଳ ବିନା ମତ୍ସ ଯେହ୍ନେ’ ଋଣ ମୁକ୍ତ ଲାଗି ବାନ୍ଧି ନିଏ ଜମିଦାର ତା’ର ଗାଈ ନେତ। ଚାଳ ଘର ବନ୍ଧା ପଡ଼ିଯାଏ ଜୀବନ ର ଶେଷ ଯବନିକା ଅନ୍ତ ହେବା ଯାଏଁ। ମୃତ୍ୟୁ ର କରାଳ କବଳେ। କୃଷକ ବିଦ୍ରୋହ ସବୁଜ ବିପ୍ଳବ ସୃଷ୍ଟି ହୁଏ ତାଙ୍କ ଲେଖା ସାଥେ ସାଥେ।
ନାରୀ ଶିକ୍ଷା ଅଂଜ୍ଞତା ‘ଲୋ ରେବତୀ ଲୋ ନିଆଁ ଲୋ ଚୁଲ୍ଲୀ ‘ଏ କାହାଣୀ ପରିଚିତ ପ୍ରତି ଘରେ ଘରେ। ଡାକ ମୁନଷୀ ଓ ପେଟେଣ୍ଟ ମେଡିସିନ ନିଶା ସେବନର କୁ ପ୍ରଭାବ, ଘରଣୀର ଝାଡୁ ମାଡ। ହାସ୍ୟ ରସ୍ୟ ଭରା ନାଟକ କାହାଣୀ ପଢ଼ୁ ଘରେ ଘରେ।
ତାପରେ ଆସନ୍ତି କେତେ କେତେ କବି କରି ଓଡ଼ିଆ ସାହିତ୍ୟକୁ ଅଳଙ୍କୃତ ରୁଦ୍ଧିମନ୍ତ। ଗଙ୍ଗାଧର ମେହେର କଳିଙ୍ଗ ସୁପୁତ୍ର ଲେଖିଲେ ପ୍ରଣୟ ବଲ୍ଲରୀ, କିଚକ ବଧ, ଅଯୋଧ୍ୟ୍ୟା ଦୃଶ୍ୟ, ଇନ୍ଦୁମତୀ, ତପସ୍ୱିନୀ, କବିତା କଲ୍ଲୋଳ, କବିତା ମାଳା ପ୍ରକୃତି ସୌନ୍ଦର୍ଯ୍ୟ ସ୍ୱଭାବ କବି ପ୍ରଣୟ ର ଛନ୍ଦ ଛନ୍ଦେ ଛନ୍ଦେ ମାତି।
ତାପରେ ଆସିଲେ କବିବର ରାଧାନାଥ ରାୟ। ସେ ଲେଖିଲେ କାବ୍ୟ ଅତି ଅନୁରୂପ ଛନ୍ଦ ଓ ତାଳେ ତାଳେ। କେଦାର ଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ବରୀ, ଚିଲିକା, ମହାଯାତ୍ରା, ଯଯାତି କେଶରୀ ଆଉ ଦରବାର କାଳିଦାସଙ୍କର ମେଘଦୂତ।
ଓଡିଶା ପାହାଡ, ବନାନୀ, ଚିଲିକା ହ୍ରଦ, ମହାନଦୀ ର ମହାଯାତ୍ରା ପ୍ରକୃତିର ସୌନ୍ଦର୍ଯ୍ୟ ଉପମା। ମନଲୋଭା ମନ୍ତ୍ର ମୁଗ୍ଧ ଚମତ୍କାର ଭାଷା ବିନ୍ୟାସରେ ମଣ୍ଡିତ ସଜ୍ଜିତ ଉତ୍କଳୀୟ ଚାରୁ ଚିତ୍ର ପଟ୍ଟ ତେଣୁ ସେ ଲେଖିଲେ ‘ରହ ରହ କ୍ଷଣି ବାଷ୍ପୀୟ ସକଟ ଦେଖିବୁ ଚିଲିକା ଚାରୁ ଚିତ୍ର ପଟ୍ଟ’। ଚିଲିକା ଚନ୍ଦ୍ରଭାଗା ମହାନଦୀର ବିପୁଳ ସୌନ୍ଦର୍ଯ୍ୟର ରୂପ ବର୍ଣ୍ଣନା ସେ କରିଛନ୍ତି ଅତି ସାବଲୀଳ ଛନ୍ଦେ।
ଏଠି ମୁଁ କହି ରଖେ ଅନ୍ୟ ଏକ ନାମ କାନ୍ତ କବି ଲଷ୍ମୀକାନ୍ତ ମହାପାତ୍ର ଯେ ଲଢ଼ିଲେ ଓଡିଆ ଭାଷାର ଏକତ୍ରୀକରଣ ଆଉ ଉତ୍କଳ ସମ୍ମିଳନୀର ଗଠନ ଏକ ସଂଗ୍ରାମ।ସାହିତ୍ୟ ଜଗତକୁ ତାଙ୍କ ଅବଦାନ ଅବିସ୍ମରଣୀୟ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ, କୋଟି କୋଟି କଣ୍ଠେ ଆଜି, ଉଡ଼ାଇ ନିଶାନ ବାଜଇ ଭେରୀ ଅଣିଥିଲା ଜାଗରଣ ଓଡିଆ ଭାଷାର ଓଡିଶା ପ୍ରଦେଶ ନିର୍ମାଣ।
ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ହରିହର ଆଚାର୍ଯ୍ୟ, କୃପାସିନ୍ଧୁ ଦାସ ପାଞ୍ଚ ସଖା ନାମେ ଅତି ପରିଚିତ ଏଥରୁ ଆରମ୍ଭ ବିଦ୍ରୋହ ଆଉ ବିପ୍ଳବର ଗାଥା କେମିତି ଗଢ଼ିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଉତ୍କଳର ସ୍ୱାଧୀନତା।
ଉତ୍କଳର ସୀମା ବିଜୟନଗର ଦକ୍ଷିଣାଂଚଳରୁ ଉତ୍ତର ସୀମା ବଙ୍ଗଳା ବିହାର ଖରସୁଆଁ ଷଢ଼େଇକଳା। ପଶ୍ଚିମରେ ଛତିଶଗଡ ଯାଏଁ ଥିଲା ବିସ୍ତାରୀ ତା’ର ବିଶାଳ କାୟା।
ହେଲେ କେଉଁଠୁ ଲଢ଼ିବେ ଏକଜୁଟ ହୋଇ। ଭାଷାରେ ବିବିଧ ବିଭିନ୍ନତା ଆଣି ଓଡ଼ିଆ ତ ବିସ୍ମରୀ ଥିଲା ଓଡିଆର ବିଶେଷ୍ୟତାକୁ ନେଇ। ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଲାଗି ଲଢ଼ିଲେ ଏକ ସମର ପଞ୍ଚ ସଖା।
ତାଙ୍କ ସହ ଥିଲେ ଗୋଦାବରୀଶ ମିଶ୍ର ଓ ଗୋଦାବରୀଶ ମହାପାତ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କଲେ ରୁଦ୍ଧିମନ୍ତ ଓଡିଆ ସାହିତ୍ୟକୁ ଅର୍ଦ୍ଧ ଶତାବ୍ଦୀର ଓଡିଶା, ମହାରାଜା ପୁରୁଷୋତ୍ତମ ଦେବ ଓ ମୁକୁନ୍ଦ ଦେବଙ୍କ କାହାଣୀ ନିଆଁ ଖୁଣ୍ଟା, ମାଗୁଣିର ଶଗଡ଼, ନୀଳ ମାଷ୍ଟ୍ରାଣୀ ପଢୁ ଘରେ ଘରେ।
ଏଠି ମୁଁ ସ୍ମରଣ କରୁଛି ସିପାହୀ ବିଦ୍ରୋହର କଥା। ଜାଗି ଖୁଣ୍ଟିଆଙ୍କ କଥା। ଭୁଲିଯାଇନୁ ସେ ବୀର ପୁରୁଷଙ୍କୁ ପୁରୀ ଜଗନ୍ନାଥ ସେବକ ପଣ୍ଡା ପୂଜାରୀ ଜାଗି ହଜାରୀଙ୍କୁ। ଲଢ଼ିଲେ ପାଇକ ବିଦ୍ରୋହ ଇଂରେଜ ବିରୁଦ୍ଧେ। ବ୍ରିଟିଶ ସରକାରଙ୍କର ରାଣୀ ଭିକ୍ଟୋରିଆ ଇଷ୍ଟ ଇଣ୍ଡିଆ ଶାସନର କଲେ ତିରସ୍କାର।
ନିଜ ସ୍ୱାଭିମାନ ଅଭିମାନ ଭାରତ ମାତାର ଜୟ ଜୟ କାର ଦେଲେ ରଣ ହୁଙ୍କାର ବୀର ଯୋଦ୍ଧା ଦେଇ ପ୍ରାଣାହୁତି ସେ ଥିଲେ ରାଣୀ ଲଷ୍ମୀବାଇଙ୍କ ର ପରମ ବିଶ୍ୱସ୍ତ ମନ୍ଦିର ପୂଜାରୀ। ସେ ମଧ୍ୟ ଲଢ଼ିଲେ ଯୁଦ୍ଧ ସିପାହୀ ବିଦ୍ରୋହ ଆଗୁଆର ହେଇ ସେନାପତି ସମର ଭୂଇଁରେ ପ୍ରାଣ ତ୍ୟାଗ ଦେଇ ରଖିଲେ ଓଡିଆ ଭୂଇଁର ଗୌରବ ଯଶ।
ସତ୍ୟବାଦୀ ଗ୍ରାମ ସତ୍ୟବାଦୀ ବିଦ୍ୟାଳୟ ଶ୍ରୀକ୍ଷେତ୍ର ନିବାସୀ ବନ୍ଧୁଗଣ ଦେଲେ ଶିକ୍ଷା ଦାନ ସ୍ୱତନ୍ତ୍ରତା ବହ୍ନି ଜଳୁଥିଲା ଯେବେ ସାରା ଭାରତ ରେ କରିଲେ ବିଦ୍ରୋହ ଦେଇ ସମର୍ପଣ ସ୍ୱରାଜ୍ୟ ସଂଗ୍ରାମ ଅସହଯୋଗ ଆନ୍ଦୋଳନ। ଆସିଲେ ମହାତ୍ମା ଗାନ୍ଧୀ ଜାତିର ପିତା ସ୍ୱରାଜ୍ୟ ଆନ୍ଦୋଳନ ପଥେ ଇଂରେଜ ‘ଭାରତ ଛାଡ’ ଆନ୍ଦୋଳନ ଡାକ ଲବଣ ସତ୍ୟାଗ୍ରହ, ଦାଣ୍ଡି ଆନ୍ଦୋଳନ ମଧୁସୂଦନ ଦାସ ଲଢ଼ିଲେ ସେ ଯୁଦ୍ଧ ପ୍ରଥମ ବାରିଷ୍ଟର ଓଡିଶା ମାଟିର। କଳା ଘୋଡାରେ ଚଢ଼ିବୁ ମଧୁବାବୁ ସାଙ୍ଗେ ଲଢ଼ିବୁ’ ତାଙ୍କ ନାମ ଜ୍ଞାନର ସ୍ମରଣ। ତାଙ୍କ ସ୍ବପ୍ନ ସ୍ୱତନ୍ତ୍ର ଭାରତ ସାଥେ ସାଥେ ଓଡିଶାର ଖ୍ୟାତି ଓଡିଆ ଭାଷାର ଏକତା ଲାଗି ଏକଜୁଟ ହେବା।
ନବ ଭାରତ ପତ୍ରିକାର ପ୍ରତିଷ୍ଠାତା, ହରେକୃଷ୍ଣ ମହତାବଙ୍କର ପ୍ରଜାତନ୍ତ୍ର ଆଣିଦେଇଥିଲା ଉତ୍କଳ ମନରେ କେତେ ଜାଗରଣ ଦେଶ ପ୍ରେମ ସ୍ଵରାଷ୍ଟ୍ର ଗଠନ ନୂତନ ଓଡିଶାର ପ୍ରତିଷ୍ଠା। ବଙ୍ଗଳା କି ହିନ୍ଦି କିବା ତେଲୁଗୁ ନୁହେଁ ଆମ ସ୍ୱତନ୍ତ୍ରତା ଆମ ମାତୃ ଭାଷା। ଓଡ଼ିଆ ଭାଷାର ମହତ୍ୱ ତାଙ୍କ ସହ ଏ ଯୁଦ୍ଧରେ ରଣ ହୁଙ୍କାର ଦେଇ ଆଗେଇ ଆସିଲେ ଉତ୍କଳ ମଣି ଗୋପବନ୍ଧୁ ଦାସ।
ନେତୃତ୍ୱ ନେଲେ ସେନାପତି ହୋଇ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସମାଜ ପତ୍ରିକାର ପ୍ରକାଶକ ଘରେ ଘରେ ଜାଳିଦେଲେ ବହ୍ନି ଶିକ୍ଷା ଚେତନା ଜାଗରଣ ସ୍ୱାଭିମାନ ସ୍ଵରାଷ୍ଟ୍ର ସ୍ୱରାଜ୍ୟ ଅଧିକାର। ନାରୀ ଅଶିକ୍ଷା, ଅସ୍ପୃସ୍ୟତା ମହାବ୍ୟାଧି ସମାଜର ଡାକ ଦେଲେ କରି ଆନ୍ଦୋଳନ।
ଏଠି ମୁଁ ସ୍ମରଣ କରୁଛି ସେ ଅମର ଆତ୍ମା ମାନ ତାଙ୍କ ତ୍ୟାଗ ବଳିଦାନକୁ। ସ୍ୱତନ୍ତ୍ର ପ୍ରଦେଶ ସ୍ୱତନ୍ତ୍ର ଉତ୍କଳର ଗଠନ ନିମନ୍ତେ ତାଙ୍କର ଏ ବିଦ୍ରୋହର ଲେଲିହାନ ଶିଖା ଜଳିଲା ସେ ବହ୍ନି ଲିଭିଲାନି ଆଉ ଆହ୍ୱାନ ଦେଲେ ପ୍ରଜ୍ବଳିତ କର ଏ ଦୀପ ଶିଖା ଦେଇ ଅର୍ଘ୍ୟ ଜାତୀୟତା ମାତୃଭାଷାର ସ୍ୱାର୍ଥର ଜଳାଞ୍ଜଳି ଦେଇ। “ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଆଜି ଉଠୁ ହତ ଗୌରବ ମୃତ ଗୌରବ ରାଜି “
ସେ ଗାଇଲେ, ‘ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠି ରେ ଦେଶ ର ସ୍ୱରାଜ୍ୟ ପଥେ ଯେତେ ଗାଢ଼ ପୁରୁ ପଡ଼ି ତହିଁ ମୋର ମାଂସ ହାଡ’ ସେଥିପାଇଁ ହେଲେ ଉତ୍କଳର ପିତା ଉତ୍କଳ ମଣୀ ଗୋପବନ୍ଧୁ ଦାସ ଉପାଧି ମଣ୍ଡିତ।
ତାପରେ ନୀଳକଣ୍ଠ ଦାସ ଜାରି ରଖିଲେ ଏ ଆନ୍ଦୋଳନ। ସଭାପତିତ୍ୱରେ ସମ୍ମାନିତ ହୋଇ କଂଗ୍ରେସ ସଙ୍ଘଟନ ଜବାହାରଲାଲ ନେହେରୁ ଲାଲାଲାଜପତରାଇଙ୍କୁ ଦେଲେ ସମର୍ଥନ।
ଜଳିଲା ମଶାଲ ଭାରତ ଅସହଯୋଗ ର ଆନ୍ଦୋଳନର। ଗଲେ ହଜାରିକା ବନ୍ଦୀ ଶାଳାରେ ବନ୍ଦୀ ହେଇ ବର୍ଷ ବର୍ଷ ମାସ ମାସ ‘ମଣିଷ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନ ଦଣ୍ଡ’।
ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନିଜେ ହେଲେ କୁଳପତି ଆଉ ସ୍ୱତନ୍ତ୍ର ଓଡିଶା ବିଧାନ ସଭାର ବାଚସ୍ପତି। ଉତ୍କଳ ଏକ ସ୍ୱତନ୍ତ୍ର ପ୍ରଦେଶ ପ୍ରତିଷ୍ଠିତ ହେଲା ଉଣେଇଶି ଶହ ଛତିଶି ମସିହା ଏପ୍ରିଲ ଏକ ତାରିଖ।
ଭାରତ ସ୍ୱାଧୀନ ଆଗୁ, ନିଜ ମାତୃଭାଷା ସ୍ୱତନ୍ତ୍ର ହୋଇଲା।
ସ୍ୱାଧିନ ସଂଗ୍ରାମୀ ବିପ୍ଲବୀ କବି ସମାଜସେବକ ଗଢ଼ିଲେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ।
ଅମର ରହିଲା ତାଙ୍କ ଅବଦାନ ଚିରସ୍ମରଣୀୟ ବର ପୁତ୍ର ଉତ୍କଳର। ଉତ୍କଳୀୟ ମାନେ ଜଣାଉଛୁ ତାଙ୍କୁ ଆଜି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ଘ୍ୟ ଧୂପ ଦୀପ ଜାଳି। ଓଡ଼ିଆ ମନରେ ନମସ୍ୟ ନମସ୍ୟ ରୁହ ଚିର ସ୍ମରଣୀୟ ହୋଇ ବନ୍ଦେ ଉତ୍କଳ ଜନନୀ। ବନ୍ଦେ ମାତରମ।