କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସାନ ପୋଡାଗୁଡାଠାରେ ଗତ ୨୮ ତାରିଖରୁ ଚାଲିଥିବା କାଳୀକୃଷ୍ଣ ସଂଘର ୪୨ତମ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାବିଷ୍ଣୁଯଜ୍ଞ ସୋମବାର ଉଦଯାପିତ ହୋଇଛି। ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମାହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ଏହି ମହାବିଷ୍ଣୁଯଜ୍ଞରେ କଳସ ଯାତ୍ରା, ପୂଜନ, ହବନ, ମୁଣ୍ଡନ, କୁଣ୍ଡାବୋରୀ, ବିବାହ, ବ୍ରତ, ସଂସ୍କାର କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଘ ପରିଚାଳକ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯଜ୍ଞକାର୍ଯ୍ୟ ପ୍ରାରମ୍ଭ ହୋଇ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଯଜ୍ଞ ପୂଜନ ଓ ହବନ କାର୍ଯ୍ୟକ୍ରମକୁ ସଂଘର ବେଦବ୍ରହ୍ମା ଓ ଆଚାର୍ଯ୍ୟମାନେ ତ୍ବରାନ୍ବିତ କରିଥିଲେ। ଯଜ୍ଞ ଫଳରେ ଗତ ୪ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଯଜ୍ଞ ସ୍ଥଳ ଆଖପାଖରେ ଦେକାନ ବଜାର ଭିଡ଼ ଲାଗିଥିଲା। ସାନପୋଡାଗୁଡା କାଳୀକୃଷ୍ଣ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞକାର୍ଯ୍ୟ ଆୟୋଜନ ହୋଇ ସମାପନ ହୋଇଛି। ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.