ଭବାନୀପାଟଣାରେ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗୀ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦିବସ-୨୦୨୫ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅମଲାଭବନ ଠାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କହଁର ଯୋଗଦାନ କରି ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନିୟମ ସମ୍ପର୍କରେ ସୂଚନା ପ୍ରଦାନ କରି ଏହା ଉପରେ ଆଲୋଚନା କରିବା ସହ ଉଦବୋଧନ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା କିନ୍ନର ସଂଘ, ସଭାନେତ୍ରୀ କାମିନୀ କିନ୍ନର, ଲୋକସେବକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ପରିଚାଳକ ଅଜିତ କୁମାର ମହାନ୍ତି, ଭବାନୀପାଟଣା ସ୍ଥିତ ଦାପ୍ତା ଅନୁଷ୍ଠାନର ପରିଚାଳକ ରାକେଶ ନାଏକ, ଧର୍ମଗଡ ଏନଏସିର କର୍ମଚାରୀ ବୁଲବୁଲ କିନ୍ନର, ସପନ କୁମାର ବେହେରା ପ୍ରମୁଖ ଯୋଗଦାନ କରି ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଓ ସେମାନଙ୍କ ଅଧିକାର ବିଷୟରେ କହିଥିଲେ। ଏହାସହ ତୃତୀୟ ଲିଙ୍ଗୀ ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରିଥିଲେ ଅତିଥି ବୃନ୍ଦ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ, ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଇତ୍ୟବସରରେ କଳାହାଣ୍ଡି କିନ୍ନର ସଂଘ ର ସଭାନେତ୍ରୀ କାମିନୀ କିନ୍ନର ଜିଲ୍ଲା ପ୍ରଶାସନ ଆମକୁ କିଛି ରୋଜଗାର ଦିଅନ୍ତୁ ଓ କଳାକାର କିନ୍ନର ମାନକୁ ବି ଜିଲ୍ଲା କଳାହାଣ୍ଡି ଉତ୍ସବ ରେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନର ସୁଯୋଗ ଦିଅନ୍ତୁ ବୋଲି କହିଥିଲେ। ମୌଳିକ ଅଧିକାର ରେ ସମସ୍ତ କିନ୍ନରଙ୍କୁ ସରକାରୀ ସହାୟତା ମିଳୁ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କହଁରଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଅରୁଣ ମହାପାତ୍ର ଓ ସୁଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇତ୍ୟବସରରେ କିଛି କିନ୍ନର ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.