ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ବିଦାୟ ସମ୍ବର୍ଦ୍ଧନା ଉତ୍ସବ ତଥା “ସ୍ମୃତି ବନ୍ଧନ ଉତ୍ସବ” ପାଳିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ସଭାର ସଭାପତିତ୍ୱ କରିଥିବାବେଳେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ରଣବୀର ସିଂହ ମୁଖ୍ୟ ଅତିଥି, ବିଭାଗ ମୁଖ୍ୟ ସଙ୍ଗୀତା ନେତମ, ଅଧ୍ୟାପକ ଡ. ସୁରଞ୍ଜନ ପ୍ରଧାନ, ଅଧ୍ୟାପିକା ସାଗରୀକା ପଣ୍ଡା, ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ, ଅଧ୍ୟାପିକା ଦେବୀଦତ୍ତା ବେହେରା ପ୍ରମୁଖ ମଂଚାସୀନ ହୋଇଥିଲେ l ପ୍ରଥମ ବର୍ଷର ଛାତ୍ର ସୁବାସ ବାଗ ଅତିଥି ଆମନ୍ତ୍ରଣ କରିଥିବାବେଳେ ନିକିତା ମେହେର, ତ୍ରିପୁରା ରଣା, ମୀନା ପ୍ରଧାନ, ଲକ୍ଷ୍ମୀପ୍ରିୟା ସାହୁ, ସୋନାଲିସା ବିଶ୍ୱାଳ ଯଂଜ୍ଞସେନୀ ସିକା, ରୋମା ପଟେଲ, ଇତିଶ୍ରୀ ପଣ୍ଡା ସ୍ବାଗତ ସଂଗୀତ ଗାନ କରିଥିଲେ l ଏଥି ସହିତ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ନିଜ ଦୁଇ ବର୍ଷର ଅନୁଭୂତି ବାଣ୍ଟିଥିଲେ l ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଜୀବନ ଶୈଳୀ, ସଫଳ ମଣିଷ ହେବାର ଉପଦେଶ ଦେଇଥିଲେ l ଶେଷରେ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l