ସୁବର୍ଣ୍ଣପୁରରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଯୋଗ ଦେଇ ପୋଲିସ ଅଭିବାଦନ ଗ୍ରହଣ କରିଥିଲେ ଓ ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ପରେ ଜିଲ୍ଲାର ସର୍ବ ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ମେଣ୍ଢା ର ରବୀନ୍ଦ୍ର ସାହୁ, ସର୍ବଶ୍ରେଷ୍ଠ ଏଏସଆଇ ଭାବେ ବିନିକା ଥାନାର ରଂଜୟ କୁମାର୍ ନାୟକ, ସର୍ବଶ୍ରେଷ୍ଠ ହାବିଲଦାର ଭାବେ ସୋନପୁର ରିଜର୍ଭର ଚମରା ପ୍ରଧାନ, ସର୍ବଶ୍ରେଷ୍ଠ ଓଆର୍ ହାବିଲଦାର ଭାବେ ଜିଲ୍ଲା ପୋଲିସ ଅଫିସର ସୁଭାଷିନୀ ପ୍ରଧାନ, ସର୍ବଶ୍ରେଷ୍ଠ ଏପିଆର୍ କନଷ୍ଟେବଲ୍ ଭାବେ ସୋନପୁର ରିଜର୍ଭର ଲିକୁନ କୁମାର୍ ପ୍ରଧାନ ଶ୍ରେଷ୍ଠ ଟ୍ରାଫିକ କଲେଷ୍ଟବଲ୍ ଭାବରେ ଭାରତୀ ବେହେରାଙ୍କୁ ଆଜିର ଦିବସର ମୁଖ୍ୟ ଅତିଥି ଏସପି ଶ୍ରୀ ସାହୁଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଡିଏସପି ପ୍ରତାପ ରଣା, ବୈକୁଣ୍ଠ ସେଠ ପ୍ରମୁଖ ଯୋଗ ଦେଇଥିଲେ। ଆରଆଇ କାହ୍ନୁ ଚରଣ ମାରାଣ୍ଡି ପ୍ୟାରେଡ ପରିଚାଳନା କରିଥିବା ବେଳେ ପୋଲିସ କନେଷ୍ଟବଳ ସଂଘ ସଭାପତି ଦିନେଶ ରଞ୍ଜନ ମିଶ୍ର, ସଂପାଦକ ରଞ୍ଜିତ ପ୍ରଧାନ, କୁମୁଦ ରଞ୍ଜନ ସାହୁ, ମନୋଜ୍ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.