ସୋନପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିଶୁ ମଧ୍ୟରେ ଉତ୍ତମ ଶିକ୍ଷା ସହ ଉତ୍ତମ ସଂସ୍କାରର ପ୍ରତ୍ୟାରୋପଣ କରିବା ଶିଶୁ ମନ୍ଦିରର ପ୍ରାଥମିକ କାର୍ଯ୍ୟବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଶେଷରେ କନ୍ୟା ମାନଙ୍କ ପାଇଁ ସରକାର ସୁକନ୍ୟା ଯୋଜନା ଅଛି ସମସ୍ତ କନ୍ୟା ମାନଙ୍କ ପାଇଁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ଅନୁଷ୍ଠାନର ଉପ-ସଭାପତି ଡ. ଗୀତାଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଲୋକସଭା ସାଂସଦ ପ୍ରତିନିଧି ଶ୍ରୀ ଶରତଚନ୍ଦ୍ର ଶତପଥୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାର ସୋନପୁର ଜିଲ୍ଲା ପ୍ରମୁଖ ବିଭୁତି ଭୂଷଣ ଓତା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଶିକ୍ଷା ବିକାଶ ସମିତି, ଦକ୍ଷିଣ-ପଶ୍ଚିମ ସମ୍ଭାଗର ସଂପାଦକ ଶ୍ରୀ ରୁଦ୍ରମାଧବ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦାନ କରି ତାଙ୍କ ଅଭିଭାଷଣରେ ମହାନ ଭାରତୀୟ ସଂସ୍କୃତି ଉପରେ ଆଲୋକପାତ କରିବା ସହ ଶିକ୍ଷାର୍ଥୀ, ପରିବାର ଓ ସମାଜର ରାଷ୍ଟ୍ର ପ୍ରତି କିଭଳି ଆନୁଗତ୍ୟ ରହିବାକଥା ତା’ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂପାଦକ ଡ. କୈଳାସ ଚାନ୍ଦ ଅତିଥି ଗଣଙ୍କ ପରିଚୟ ପ୍ରଦାନ, ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ। ଶେଷ ପର୍ଯ୍ୟାୟରେ ଅନୁଷ୍ଠାନର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସରକାରୀ ବୃତ୍ତି ପରୀକ୍ଷାରେ ସୋନପୁର ଶିକ୍ଷା ମଣ୍ଡଳରେ ପ୍ରଥମ ଚାରୋଟି ସ୍ଥାନ ଅଧିକାର କରିଥିବା ଶିଶୁ ତୃତୀୟ ଶ୍ରେଣୀରୁ ସ୍ୱସ୍ତିକ ପ୍ରଧାନ, ଅଂଶୁମାନ ସାହୁ, ପ୍ରିୟା ମେହେର ଓ ଶୁଭ୍ରା ସ୍ୱରୂପା ମିଶ୍ର ଏବଂ ପଞ୍ଚମ ଶ୍ରେଣୀରୁ ସାଚ୍ଚିମୟୀ ପାତ୍ର, ଶୁଭେଚ୍ଛା ଶତାଦ୍ଦି ଦ୍ୱାରୀ, ବି.ପର୍ଣ୍ଣାକ୍ଷି ଦେବୀ ଓ ପ୍ରଜ୍ଞା ପ୍ରିୟଦର୍ଶନୀ ନାୟକ ପୁରସ୍କୃତ ହୋଇଥିଲେ। ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ଷଷ୍ଠ ଶ୍ରେଣୀରୁ ଓମ ପ୍ରକାଶ ଦାଶ,ତୋଫାନ ସାହୁ, ଶକ୍ତିରାଜ ସାହୁ , ଅତନୁ ସବ୍ୟସାଚୀ ହରିଚନ୍ଦନ, ରୁଦ୍ର ନାରାୟଣ ମେହେର ଓ ପ୍ରାରମ୍ଭିକା ପଣ୍ଡା ତଥା ଏନ.ଆର.ଟି.ଏସ୍ ପରୀକ୍ଷାରେ ଲିପି ଚୌହାନ କୃତିତ୍ଵ ଅର୍ଜନ କରି ପୁରସ୍କୃତ ହୋଇଥିଲେ। ଚଳିତ ବର୍ଷ ଅଖିଳ ଭାରତୀୟ ସଂସ୍କୃତିଜ୍ଞାନ ପରୀକ୍ଷାରେ ଅବତିର୍ଣ୍ଣ ହୋଇଥିବା ୫୯ ଜଣ ଅଭିଭାବକ ଅଭିଭାବିକାଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି ଅଧିକାରୀଙ୍କ ସହ ବିଦ୍ୟାଳୟର ଯୁଗ୍ମ ସଂପାଦକ ଘନଶ୍ୟାମ ମିଶ୍ର ଓ କୋଷାଧ୍ୟକ୍ଷ ବନମାଳୀ ପଣ୍ଡା ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ଶ୍ରେଣୀର ଶିଶୁଙ୍କ ଦ୍ୱାରା ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକା, ମାତୃ ଭାରତୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରାୟ ଅଢ଼େଇ ହଜାରରୁ ଉର୍ଦ୍ଦ୍ବ ଦର୍ଶକ ଉପଭୋଗ କରିଥିଲେ। କୋଷାଧ୍ୟକ୍ଷଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ମାତୃଭାରତୀ ତରଫରୁ ଦହି ସରବତ ବଣ୍ଟନ ଏବଂ ବିଦ୍ୟାଳୟ ତରଫରୁ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.