ମଝିପଡ଼ା ସରକାରୀ ୟୁପି ସ୍କୁଲର ବାର୍ଷିକ ଉତ୍ସବ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ମଝିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୋନପୁର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଫକୀର ଚରଣ ଭୋଇ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରି ଧାର୍ଯ୍ୟ ସମୟ ଉପଯୋଗ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୁଦ୍ଧଦେବ ସା ଯୋଗଦେଇ ସମାଜରେ ବଡ଼ ମଣିଷ ଓ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ସମସ୍ତେ ଚାହାଁନ୍ତି, ସ୍ବପ୍ନ ଦେଖନ୍ତି କିନ୍ତୁ ଆମେ ଏଭଳି ଲକ୍ଷ୍ୟର ସ୍ବପ୍ନ ଦେଖିବା ଯେଉଁ ସ୍ଵପ୍ନକି ରାତି ଦିନ ଶୁଆଇ ଦିଏନି। ତାହେଲେ ଯାଇ ଆମେ ପ୍ରକୃତ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ପୁରାତନ ଛାତ୍ର ତଥା ମହାରାଜା ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ରଥ ଯୋଗ ଦେଇ ୭୨ ବର୍ଷ ର ସର୍ବପୁରାତନ ସ୍କୁଲ୍ ର ପ୍ରତ୍ୟେକ କାର୍ଯ୍ଯ କଳାପକୁ ସୋସିଆଲ ମିଡ଼ିଆରେ ବହୁଳ ପ୍ରଚାର ପ୍ରସାର କରିବାକୁ ପରାମର୍ଶ କରିଥିଲେ। ଅନ୍ୟତମ ଅତିଥି ଭାବରେ କାଉନସିଲର କଇରୁ ସ୍ବାଇଁ, ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ପରିଚାଳନା କମିଟି ସଦସ୍ୟ ୟାସିନ ମହମ୍ମଦ, ରଞ୍ଜିତ ସାହୁ, ସ୍କୁଲ୍ ପରିଚାଳନା କମିଟି ସଭାପତି ଶ୍ରୀମତୀ ସଂଯୁକ୍ତା ନାଏକ, ମଝିପଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ନାୟକ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ। ବରିଷ୍ଠ ଶିକ୍ଷକ ବ୍ରତାନନ୍ଦ ଭୋଇ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ସୁଜାତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସବରେ ସହଯୋଗ କରିଥିଲେ। ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.