ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୁବର୍ଣ୍ଣପୁରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ଖୁସୀ’ ବଣ୍ଟନ

ସୋନପୁର,୩୦/୭ : ସୁବର୍ଣ୍ଣପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ଖୁସୀ’ ବଣ୍ଟନ କାର୍ଯ୍ୟକ୍ରମ ସହ ବିଦ୍ୟାଳୟ ସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସଭୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତାନୁ କୁମ୍ଭକାର ସଭାପତିତ୍ୱ କରିଥିବା ବେଳେ ଏଥିରେ ସ୍ୱାସ୍ଥ୍ୟ ବିଭାଗର ଜିଲା ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଏଏନ୍ଏମ୍ ପ୍ରଣତି ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ସାନିଟାରୀ ନେପ୍କିନର ବ୍ୟବହାର ସହ ସ୍ୱାସ୍ଥ୍ୟ ସଚେତନତା ଉପରେ ବିଷଦ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର ସଂଯୋଜନା କରିଥିବା ବେଳେ ଏହି ଅବସରରେ ବିଦ୍ୟାଳୟର ୩୪୬ ଛାତ୍ରୀଙ୍କୁ ‘ଖୁସୀ’ ବଣ୍ଟନ କରାଯାଇଥିଲା । ଶିକ୍ଷୟିତ୍ରୀ ମିନତୀ ବହିଦାର, ଅନିତା ବହିଦାର, ପର୍ଶୁରାମ ମିଶ୍ର, ପ୍ରଜ୍ଞା ଦାସ, ପ୍ରଜ୍ଞା ପରିମିତା ମିଶ୍ର, ସୌଦାମିନୀ ଶତପଥି, ସ୍ନେହଲତା ପ୍ରଧାନ, ବରୁଣ ନିସା, କଲ୍ୟାଣୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.