ସୋନପୁର,୩୦/୭ : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଜିବ ଗାନ୍ଧୀ ସଭାଗୃହରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସଂଯୁକ୍ତ ଜନଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୧୨୦ଟି ଅଭିଯୋଗ ଦାଖଲ ହୋଇଥିଲା । ପ୍ରଧାନମନ୍ତ୍ରୀ ଅବାସ ଯୋଜନା ପାଇଁ ୨୬ ଜଣ, ଏସ.ଇ.ସି.ସି. ତାଲିକାରେ ନାମ ଦର୍ଜ ପାଇଁ ୧୫ ଜଣ, ଜମିଜମା ସମ୍ବଦ୍ଧିୟ ୧୭ ଜଣ, ବିଜୁ ପକ୍କା ଘର ୧ ଜଣ, ଘର ଭଙ୍ଗା ସାହାଯ୍ୟ ପାଇଁ ଜଣେ, ରାସନ କାର୍ଡ ପାଇଁ ୫ ଜଣ, ଅତାସିଂହା ପ୍ରଜେକ୍ଟ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଓ ସଭାପତି ହେଣ୍ଡପମ୍ପ ପାଇଁ ଆବେଦନ କରିଥିବା ବେଳେ ଦେଓଗାଁ, ସରଗଜ, ପୁଆ, କମସରା ପ୍ରମୁଖ ଗ୍ରାମର ଯଥାକ୍ରମେ କୈଳାସ ଗୁରୁ, ଫଗୁନୁ ବେହେରା, ଶରତ ନାଏକ, ଦେବ ସୁନା, ମିଲୁ ତାଣ୍ଡି ପ୍ରମୁଖ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । ରୁଗୁଡିପାଲିର ବିଶିକେଶନ ମେହେର ଓ ଗ୍ରାମବାସୀ କଟାପାଲି ମେଗା ପଏଣ୍ଟରୁ ଜଳ ଯୋଗାଣ ପାଇଁ, କୁମ୍ଭାରମୁଣ୍ଡା ଟିକେମଣି ବିଭାର ତାଙ୍କର କିଡନୀ ଚିକିତ୍ସା ପାଇଁ ସହାୟତା, କୁକୁର କାମୁଡାରେ ଆଖି ଚିକିତ୍ସା ପାଇଁ ତରଭା ଅଶୋକ ନାଗ, କମସରା ଆରଆଇଙ୍କ ଦୁର୍ନିତି ସମ୍ବନ୍ଧରେ, ବିକଳାଙ୍ଗ ଭତ୍ତା ପାଇଁ ବେଲମୁଣ୍ଡା ର ପରାଗ ବାଘ, ପ୍ରଭୃତି ତାଙ୍କର ଅଭିଯୋଗ ମାନ କରିଥିଲେ । ଏହି ଅବସରରେ ଜିଲାପାଳ ମନିଷା ବାନାର୍ଜୀ ଓ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସମସ୍ତଙ୍କ ଉପସ୍ଥିତିରେ ହରେଶ ନାଏକ (୩୫)ଙ୍କୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲାପାଳ ମନୀଷା ବାନାର୍ଜୀଙ୍କ ସହ ଏହି ଜିଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଉପଜିଲାପାଳ ବଳରାମ ମଲ୍ଲୀକ, ଡିଏସଏସଓ ଆର୍ତ୍ତତ୍ରାଣ ଥାଟି, ତରଭା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଏଡିଏମ ସରତ ଚନ୍ଦ୍ର ପଣ୍ଡା, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ଡିଇଓ ପୁଷ୍ପା ମିଞ୍ଜ, ଇସିଡିଆରଡିଏ ଧନଞ୍ଜୟ ଦୋରା, ସିଡିଏମଓ ପି.କେ. ଗୁରୁ, ଡିଡବ୍ଲୁଓ ପଲକ ରବିନ୍ଦ୍ର, ଡିଏଓ ପ୍ରଶାନ୍ତ କୁମାର ଶତପଥି, ବିଇଓ କେଶବ ମେହେର, ଡିସିିଓ ଚତୁର୍ଭଜ ଦାସ ପ୍ରମୁଖଙ୍କ ସମେତ ଜିଲା ଓ ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।