ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଉତ୍କଳ ଦିବସ  ଏବଂ ବିଦ୍ୟାରମ୍ଭ ଉତ୍ସବ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଉତ୍କଳ ଦିବସ ପାଳନ ସହ ବିଦ୍ୟାରମ୍ଭ ଉତ୍ସବ ପାଳିତ ହୋଇଛି। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସର୍ବପ୍ରଥମେ ଯଜ୍ଞର ଆୟୋଜନ କରାଯାଇଥିଲା ଏବଂ ପୂଜନ କରିଥିଲେ ଗୁରୁଜୀ ଅୟଶକାନ୍ତ ପତି ଓ ସହଯୋଗ କରିଥିଲେ ଦଶମ ଶ୍ରେଣୀର ଛାତ୍ର ଭବାନୀ ଶଙ୍କର ପତି। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାଦେଶିକ ସଂଗୀତ (ବନ୍ଦେ ଉତ୍କଳ ଜନନୀ) ଗାନ ହୋଇଥିଲା ଶ୍ରୀ ଜୟରାମ ସାହୁଙ୍କ ନିର୍ଦେଶନାରେ। ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଗୁରୁଜୀ ଶ୍ରୀ କିଶୋର ନାଗ।ଶିଶୁ ଭାଇଭଉଣୀଙ୍କୁ ପରବର୍ତୀ ଶ୍ରେଣୀକକ୍ଷକୁ ଘଣ୍ଟଶଙ୍ଖ ଏବଂ ଘୋଷ ବଜାଇ ସ୍ୱାଗତ କରାଯାଇଥିଲା ଏବଂ ଶ୍ରେଣୀ ଗୁରୁଜୀ ଗୁରୁମା ନିଜ ଶ୍ରେଣୀ କକ୍ଷକୁ ନୂଆ ଶିଶୁଙ୍କୁ ସ୍ୱାଗତ କରିଥିଲେ ଫୁଲ ଚନ୍ଦନ ଲଗାଇ। ବରିଷ୍ଠ ଗୁରୁମା ସୁମତି ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଦିବସର ମହତ୍ୱକୁ ନେଇ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ପ୍ରାଧନାଚାର୍ଯ୍ୟ ଶ୍ରୀ ମନୋଜ ମୁଣ୍ଡ ମଧ୍ୟ ଅଧ୍ୟକ୍ଷୀୟ ଅଭିଭାଷଣ ଦେଇଥିଲେ। ସପ୍ତମ ଶ୍ରେଣୀର ଅନନ୍ୟା ମିଶ୍ର ଅତି ସୁନ୍ଦର ଭାବରେ ଭାଷଣ ଦେଇଥଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁନିତା ରାଉଳ ଏବଂ ଧନ୍ୟବାଦ ଦେଇଥିଲେ ସୁଧାରାଣୀ ପଣ୍ଡା। ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକାଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇପାରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.