ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକରରାଇପୁର ପଞ୍ଚାୟତ ରେରତ୍ନ ଗିରି ପାହାଡ଼ ରେ ବିରାଜିତ ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ରମାସ ମଙ୍ଗଳବାର ତୃତୀୟ ପାଳି ରଯାତ୍ରା ରେ ମା “ଙ୍କୁ ସରସ୍ବତୀ ବେଶ ରେ ଦର୍ଶନ କଲେ ଲକ୍ଷଧିକ ଭକ୍ତ | ଯେଉଁ ପାଳିରେ ପାଞ୍ଚ ଲକ୍ଷା ରୁ ଅଧିକ ଭକ୍ତ ମାଆଙ୍କ ଦର୍ଶନ କରିଥାନ୍ତେ, ସେଠାରେ ଆଜି ଦେଢ଼ ରୁ ଦୁଇ ଲକ୍ଷ ଭକ୍ତ ଆସିଛନ୍ତି ଦର୍ଶନ କରିବାକୁ, ତାର କାରଣ ହେଲା ବର୍ତମାନ ଦଣ୍ଡ ଯାତ୍ରା ଆରମ୍ଭ ହୋଈ ଯାଇଥିଲା ବେଳେ, ପ୍ରଚଣ୍ଡ ରୌଦ୍ର ତାପ ସହିତ ଗୁଳୁଗୁଳି ଗରମ ଏବଂ ଅଦିନିଆ ବର୍ଷା ର ଭୟ ଯୋଗୁଁ ଭକ୍ତ ମାନେ ଆସି ପାରିଲେ ନାହିଁ ବୋଲି ଶୁଣିବାକୁ ମିଳୁଛି |
ରାତିରେ ସୁନ୍ଦର ଆଲୋକ ମାଳାରେ ଏବଂ ଦିନରେ ସୁନ୍ଦର ଫୁଲରେ ସଜେଇ ହୋଇ ମା’ଙ୍କ ମନ୍ଦିର ବେଶ୍ ଆକର୍ଷଣୀୟ ଦେଖାଯାଉଛି। ତୃତୀୟ ପାଳିରେ ନୀତି ନିର୍ଦ୍ଦଣ୍ଟ ଅନୁସାରେ ରାତି ୧୨ ଘଣ୍ଟ ସମୟରୁ ରୁ ମନ୍ଦିର ଦ୍ୱାର ଫିଟା ଯାଇଥିଲାବେଳେ ନୀତି ନିଯମ ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ପରେ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇ ଥିଲା। ଭୋର ସାଢେ ୩ଟାରେ ସାହାଣ ମେଲା ହୋଇ ମା’ ସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଈ ଥିଲେ |
ଏହା ସହ ପୀଠରେ ରାତି ୧ ଘଣ୍ଟ ସମୟ ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ନିଜ ଶିଶୁଙ୍କ ମୁଣ୍ଡନ କରାଇଛନ୍ତି। ପରେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଚୈତ୍ର ଯାତ୍ରାରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି। ଏହି ବିଶ୍ବାସକୁ ଆଧାର କରି କାହିଁ କେତେ ବର୍ଷରୁ ମା’ଙ୍କ ଚୈତ୍ର ଯାତ୍ରା ପାଳନ ହୋଇଆସୁଛି।
ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହଶେଷ ହେବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ର ବ୍ୟବସ୍ଥା ସହ ପାହାଡ଼ ଉପରକୁ ଯାଇ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ରୋପ ୱେ ଏବଂ ସିଟି ବସ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଯେଭଳି କୌଣସି ଅସୁବିଧା ନ ହୁଏ ସେଥି ପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏପରି କି ମା’ଙ୍କ ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯାଇଛି। ତୃତୀୟ ପାଳିରେ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମା’ଙ୍କ ପିଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ,ଅତିରିକ୍ତ ଏସପି ରଞ୍ଜନ ପୃଷ୍ଟି, ଓ ପ୍ରଶାନ୍ତ କୁମାର ଦାଶ ଙ୍କ ସହ ବହୁ ଏସ୍ଡ଼ିପିଓ ଆଇ ଆସିସି, ପୁରୁଷୋତ୍ତମପୁର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକ, ଦେବୋତ୍ତର ବିଭାଗୀୟ ଛତ୍ରପୁର ସର୍କଲ ବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ବିଡିଓ ଶରତ କୁମାର ପାତ୍ର, ତହସିଲଦାର ତଥା ଏନ୍ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନ୍ସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ ଏବଂମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡାଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନା କରୁଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା,ମୁଖ୍ୟ ସେବାୟତ ବାପୁଜୀ ରଣା, ଧ୍ରୁବ ରଣା, ଦୁର୍ଗା ରଣା ଜଗନ୍ନାଥ ରଣା, ସନତ କୁମାର ରଣା ଙ୍କ ସମେତ ସମସ୍ତ ସେବାୟତ ମା’ ପୂଜାର୍ଚ୍ଚନା ରେ ସହଯୋଗ କରୁଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହ ସହ ପୋଲିସ କର୍ମଚାରୀ ଙ୍କୁ ଏହି ମା “ଙ୍କ ଚୈତ୍ର ପର୍ବ ରେ ନିୟୋଜିତ କରାଯାଇଛି ଏହି ପର୍ବ କୁ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିଛନ୍ତି ପୁରୁଷୋତ୍ତମପୁରର ତହସିଲ ଷ୍ଟାଫ, ବ୍ଲକ ଷ୍ଟାଫ, ଏନଏସି ଷ୍ଟାଫ, କିଛି ସ୍ବେଛାସେବୀ ବ୍ୟକ୍ତି ବିଶେଷ ମାନେ,ଏବଂ ସମସ୍ତ ପୋଲିସ କର୍ମଚାରୀ ମାନଙ୍କ ସହଯୋଗ ରେ ଏବଂ ରାଇପୁର ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିପିଓ ପିଓ, ବ୍ଲକ ନିର୍ବାହୀ ଯନ୍ତ୍ରୀ, ସମୂହ ଯନ୍ତ୍ରୀ ଗ୍ରାମବାସୀ ଙ୍କ ସହଯୋଗ ରେ ଏବଂ ମାଆଙ୍କ ଅଲୌକିକ ଶକ୍ତି ରେ ଏହି ଯାତ୍ରା ସମାପ୍ତ ହୋଇ ଅଛି, |