ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ନବାଗତ ଭାଇ ଭଉଣୀମାନଙ୍କୁ ଶିକ୍ଷୟିତ୍ରୀମାନେ ଫୁଲ, ଚନ୍ଦନ ଦେଇ ବନ୍ଦାପନା କରି ସ୍ୱାଗତ କରାଯାଇଥିଲା | ଶ୍ରଦ୍ଧାଞ୍ଜଳି ଦାଶ ସ୍ୱାଗତ ଭାଷଣ ଦେଇଥିଲେ | ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ, ବନ୍ଦନା ରଣା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | ଲତିକା କଲେତ, ଚୁମକି ଦୀପ, ଖୁସି ରାଜପଲିଆ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ | ଦୀପକ କଲେତ, ପରିତୋଷ ନାଏକ, କନିଷ୍କ ରାଜପଲିଆ, ପୁରବ ମେହେର, ଅମ୍ରିତ ମାହାର, ଶୁଭମ ବାରିକ ଘୋଷ ବାଦ୍ୟ ବାଦନ କରିଥିଲେ | ସାବିତ୍ରୀ ରାଜପଲିଆ ଅତିଥି ପରିଚୟ ଓ ପ୍ରହ୍ଲାଦ ସିନ୍ଧ୍ରୀଆ ଧନ୍ୟବାଦ ଅର୍ପଣ କରିଥିଲେ |