ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ୨୦୨୫-୨୬ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷାବର୍ଷରେ ଓଡ଼ିଶା ସରକାର ଶିଶୁ ବାଟିକା ତଥା ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ଉଦ୍ଧେଶ୍ୟରେ ସମଗ୍ର ରାଜ୍ୟରେ ତା ୦୨/୦୪/୨୦୨୫ବୁଧବାର ଠାରୁ ତା ୦୫/୦୪/୨୫ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ତଥା ଖଡ଼ି ଛୁଆଁ କାର୍ଯ୍ୟକ୍ରମ -୨୦୨୫ ଆୟୋଜିତ ହୋଉଥିବା ବେଳେ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧ୍ୟ ଏକ ଆକର୍ଷଣୀୟ ପରିବେଶ ରେ ବାଳ ବାଟିକା ଶ୍ରେଣୀ ରେ ପଞ୍ଚମ ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ଛାତ୍ରଛାତ୍ରୀ ଙ୍କୁ ପ୍ରବେଶ କରାଯିବା ସହିତ ଛଅ ବର୍ଷର ଶିଶୁ ମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଇଥିଲା। ନୂତନ ଭାବରେ ବିଦ୍ୟାଳୟ କୁ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଭବ୍ୟ ସ୍ଵାଗତ କରିବା ସହ ଏଫ୍ ଏଲ୍ ଏନ୍ ଶ୍ରେଣୀ ପ୍ରକୋଷ୍ଠ ରେ ଗଣେଶ, ସରସ୍ଵତୀ ତଥା ଜଗନ୍ନାଥ ମହାପ୍ରଭୁଙ୍କ ଠାରେ ଭକ୍ତି ଅର୍ଘ୍ୟ ଦେଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହ ଶିକ୍ଷକ ସୁଜିତ ସାହୁ,କୋଟେଶ୍ବର ରାଓ, ଶଶିଭୂଷଣ ଦଳପତି, ଦେବାଶିଷ ମହାପାତ୍ର, ଉପମା ବାଗ, ଧରିତ୍ରୀ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଭିଭାବକ, ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଥମ ଦିନରେ ୧୨ ଜଣ ବାଳ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ୮ ଜଣ ସମୁଦାୟ ୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖା ହେଇ ଥିବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.