ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ୨ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ରେ ପ୍ରଥମ ଦିନ ରେ ୫ବର୍ଷ ଯୁକ୍ତ ବୟସ ୮ଜଣ ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମ ଲେଖାଇ ଥିଲେ I ସମସ୍ତ ନୂତନ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିବା ବେଳେ ସମସ୍ତଙ୍କ ପାଇଁ “ଖଡ଼ି ଛୁଆଁ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଏସଏମସି ସଭାପତି ଭୋଦେବ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିଭାବକ ସଙ୍ଘର ବରିଷ୍ଠ ସଦସ୍ୟ ତୁଲାରାମ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୋଦାବରୀ ମାଝୀ ଏବଂ ଶିକ୍ଷକ ପାହାନ୍ତ କୁମ୍ଭାର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଶିଶୁ ବାଟିକା କକ୍ଷ ରେ ସ୍ୱାଗତ କରିବା ସହ ସ୍କୁଲ ତରଫରୁ ସମସ୍ତଙ୍କୁ ଚକଲେଟ, ବିସ୍କୁଟ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା I ସହକାରୀ ଶିକ୍ଷୟିତ୍ରୀ ମଧୁମିତା ବାବୁ, ସଂଯୁକ୍ତା କିଷାନ ସହଯୋଗ କରିଥିଲେ I ଏସଏମସିର ସଦସ୍ୟ ବିଶ୍ଵମ୍ବର ପୁଟେଲ, ସୁଧୀର ବାଗ, କୈଳାସ ପୁଟେଲ ସଦସ୍ୟା ମିତା ପୁଟେଲ ଏବଂ ନୂତନ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ପ୍ରମୁଖ ଉପସ୍ଥିତ ଥିଲେ I ପରିଶେଷରେ ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.