ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର, ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ଆର୍ମି ନିଯୁକ୍ତି ପଞ୍ଜୀକରଣ ମାର୍ଚ୍ଚ ମାସ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥି ନିମନ୍ତେ ପ୍ରାର୍ଥୀମାନଙ୍କୁ ୨୫୦ ଟଙ୍କା ଫି ଦେୟ ପଡିବ। ମାନଦଣ୍ଡ , ଶିକ୍ଷାଗତ ଯୋଗ୍ୟତା ଏବଂ ଅନଲାଇନ ପରୀକ୍ଷା ଅନୁସାରେ ପ୍ରାର୍ଥୀ ମାନେ ନିଯୁକ୍ତି ପାଇବେ। ରାଲି ବିଜ୍ଞାପନ ଜଏନ ଇଣ୍ଡିଆନ ଆର୍ମି ୱେବ ସାଇଟ www.joinindianarmy.nicn ରେ ଦେଖିପାରିବେ। ଆବେଦନ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଅଟେ। ଅନଲାଇନ ରେଜିଷ୍ଟ୍ରେସନ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଆର୍ମି ନିଯୁକ୍ତି ରାଲି ଆରମ୍ଭ ହେବାର ଯଥେଷ୍ଠ ପୂର୍ବରୁ ପ୍ରାର୍ଥୀ ମାନଙ୍କ ପଞ୍ଜୀକୃତ ଇ-ମେଲ ରେ ଏଡମିଟ କାର୍ଡ ପ୍ରେରଣ କରାଯିବ ବୋଲି ସମ୍ବଲପୁର ଏଆରଓ ଜଣାଇଛନ୍ତି। ପ୍ରାର୍ଥୀମାନଙ୍କ କୌଣସି ପ୍ରକାର ସୂଚନା ନିମନ୍ତେ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.