ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ଥିଦୀପ ଆଦିତ୍ୟ): ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଜୁନାଗଡ଼ ବ୍ଲକ ସ୍ଥିତ ତେତେଲଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମକରଧ୍ବଜ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ଶିଶୁବାଟିକାର ଛାତ୍ରଛାତ୍ରୀମାନଙ୍କୁ ଖଡ଼ି ଛୁଆଁ ଓ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ ହେଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନା, ମୋନାଲିସା ମହାନ୍ତି, ବବିସ୍ମିତା ମିଶ୍ର, ସହକାରୀ ଶିକ୍ଷକ ଟଙ୍କଧର ଶବର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।