ବାଲିପଡ଼ା ବଣିକ ସଂଘ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ

ପରିବାରକୁ ସମବେଦନା ଜଣାଇଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଅପରାହ୍ନ ୩ଘଣ୍ଟା ସମୟରେ ବାଲିପଡ଼ା ବଣିକ ସଂଘର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ନିର୍ଣ୍ଣୟ ପୁଟେଲ ୭୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥା ରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାରେ ଦେହାନ୍ତ ହୋଇଛି l ତାଙ୍କ ଦେହାନ୍ତରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଏହାସହ ଭାନପୁର ସରପଞ୍ଚ ତଥା ଜୟ ଦୁର୍ଗା ପୂଜା କମିଟି ଅଧ୍ୟକ୍ଷ ଅନ୍ତରାମ ମାଝୀ, ଉପଦେଷ୍ଟା ପରେଶ ପଧାନ,ବାଗପୁର ସରପଞ୍ଚ ଗୋପାଳ ହାତୀ, ବଣିକ ସଂଘ ସଭାପତି କମଳ ନାୟକ,କାର୍ଯ୍ୟକାରୀ ସଭାପତି ଲୋଚନ ସାହୁ,ଉପସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ,ସମ୍ପାଦକ ଅଶୋକ କୁମାର ବାରିକ, କୋଷାଧ୍ୟକ୍ଷ ଜୟସେନ ନାୟକ, ସହସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, ବଵଲୁ ଭୋଇ,ମନୋରଞ୍ଜନ ସମ୍ପାଦକ ରତି ସାହୁ, ବାଲାଜୀ ବେହେରା, ଅମନ ସାହୁ, ପ୍ରବୀଣ ରଣା, ବରିଷ୍ଠ ସଦସ୍ୟ ତୁମେଶ୍ୱର ସାହୁ, ମନୋଜ ପଟ୍ଟନାୟକ, ଦଶରଥ ମାଝୀ, ମହେଶ୍ୱର ସାହୁ ଅନୁଜ ସାହୁ, ଉମା ପଧାନ, ପ୍ରହଲ୍ଲାଦ ବାରିକ, ଅଶୋକ ନାୟକ, ଅଶ୍ୱିନ ସାହୁ, ଦବଲୁ ସାହୁ, ରୋଷନ ପୋଡ, ମାନସ ସାହୁ, ସନମ୍ ହେରନା, ଅଭିଷେକ ନାୟକ, ଅଶୋକ ପଧାନ, ପ୍ରଦୀପ ପଧାନ, ପୁର୍ବାନନ୍ଦ ପଧାନ, ଗଙ୍ଗା ରଣା, ଖିତିତିସ ସାହୁ,କୁଳମଣି ସାହୁ, ବୁଲୁ ସାହୁ, ସାମନ୍ତ ସାହୁ, ସୁବାସ ନାଗ, ବିରେନ୍ଦ୍ର ପ୍ରଧାନ, ସୋଭକର ସାହୁ, ରମେଶ ସାହୁ, ଅଜୟ ଗହିର, କୁନୁ ପାଢ଼ୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସ୍ଵର୍ଗତ ଶ୍ରୀ ପୁଟେଲଙ୍କ ନିଧନରେ ବାଲିପଡ଼ା ବଣିକ ସଂଘ ର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଗାଁ ମଶାଣିରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଏକମାତ୍ର ପୁଅ ପୁର୍ଣ୍ଣ ପୁଟେଲ ମୁଖାଗ୍ନୀ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.