ଓଡ଼ିଆ ପକ୍ଷ ପାଳନ; ପାରମ୍ପରିକ ପୋଷାକ ପିନ୍ଧିଲେ ଅଧିକାରୀ, ଜନସାଧାରଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶ କ୍ରମେ ରାଜ୍ୟରେ ଅପ୍ରେଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଇଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ଗୁରୁବାର ଆମ ପୋଷକ ଆମ ପରିଚୟ ଦିବସ ଭାବେ ପାଳନ କରାଯାଇଥିଲା l ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ, କର୍ମଚାରୀଙ୍କ ସହ ଜନସାଧାରଣ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ l ୧୪ ଦିନ ଧରି ଚାଲିବାକୁ ଥିବା ଓଡିଆ ଅସ୍ମିତାର ଉତ୍ସଵ ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଆମ ପୋଷାକ ଆମ ପରିଚୟରେ ସମସ୍ତ ଅଧିକାରୀ କର୍ମଚାରୀ ତଥା ଜନସାଧାରଣ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଏହି ଉତ୍ସବରେ ଯୋଡି ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ସମେତ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ପ୍ରସାର ଏଵଂ ଓଡ଼ିଶାର ବରପୁତ୍ର ମାନଙ୍କ ଅବଦାନକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.