ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଧିନରେ ଥିବା ଘୁଘୁର ମାଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ନାଗେଶ୍ୱର କୌଶଲ୍ୟାଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ କୁ ଆମ ସଂସ୍କୃତି ଆମ ଖେଳନା ରୂପେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ବୁଦ୍ଧଦେବ ନାୟକ, ସମ୍ମାନିତ ଅତିଥି ଶିବରାମ କାଡ୍ରାକା, ମୋନଜ ସେଠି, ଅଶୋକ ବିଡିକା, ଅନିରୁଦ୍ଧ ସାମନ୍ତରାୟ, ଶ୍ରୀ ବିଶ୍ବାଳ, ମଧୁସୂଦନ ସେନାପତି, ଦୟାନିଧି ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ଉତ୍ସବ ପରିପେକ୍ଷୀରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ନୃତ୍ୟ ଗୀତର ଆସର ଅନୁଷ୍ଠିତ ହୋଇଥିଲା | ଏଠାରେ ଉପସ୍ଥିତ ଅତିଥି ଓ ପ୍ରଧାନ ଶିକ୍ଷକ ଏହା ଶିକ୍ଷା ବିଭାଗର ଉତ୍ତମ ପଦକ୍ଷେପ ଏହା ଦ୍ୱାରା ଗାଁ ଗୋହଳି ରେ କୁନି କୁନି ପିଲାଙ୍କ ପାଖେ ଲୁଚି ରହିଥିବା ପ୍ରତିଭା ଲୋକଲୋଚନ କୁ ଆସିପାରିବ ବୋଲି ମତାମତ ପ୍ରଦାନ କରିଥିଲେ |