ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ପରିଚାଳନା କମିଟିର ସମ୍ୟକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ପରିଚାଳନା କମିଟିର ଏକ ସମ୍ୟକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ, ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ। ପ୍ରାଧନାଚାର୍ଯ୍ୟ ଶ୍ରୀ ମନୋଜକୁମାର ମୁଣ୍ଡଙ୍କ ଦ୍ୱାରା ସଭା ପରିଚାଳିତ ହୋଇଥିଲା। ୨୦୨୫-୨୬ ର ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଛି ତେଣୁ ପ୍ରତ୍ୟକ ବିଷୟକୁ ନେଇ ଆଲୋଚନା ହୋଇଥିଲା। ବାଟିକାରୁ ଦଶମ ପର୍ଯ୍ୟନ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ସଭାପତି ବିଭିନ୍ନ ବିଷୟଯୁକ୍ତ ଦାୟିତ୍ୱ କୁ ନେଇ ଉପସ୍ଥାପନା କରିଥିଲେ ଏବଂ ଗୁରୁତ୍ୱ ଦେଇଥିଲେ ପାଠପଢ଼ା, ସ୍ୱଛତା, ସମୟାନୁବର୍ତ୍ତିତା ଇତ୍ୟାଦି ଉପରେ। ସମସ୍ତ ଗୁରୁଜୀଗୁରୁମା ଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ଆହୁରି କିପରି ଭଲଭାବରେ କରିପାରିବେ ବୁଝାଇଥିଲେ। ସମ୍ପାଦକ ପରେ ପରେ ତାଙ୍କ ବକ୍ତ୍ୟବରେ କହିଥିଲେ ସ୍ମାର୍ଟ କ୍ଲାସ କିପରି ସବୁଗୁରୁଜୀ ଗୁରୁମା କରିବାକୁ ଚେଷ୍ଟା କରିବେ। ଆତ୍ମସନ୍ତୋଷ ସହ କାମ କରିବାକୁ ଅନୁରୋଧ କରିଥିଲେ। ସବୁବ୍ୟବସ୍ଥା ର ମୌଳିକ ଲକ୍ଷ୍ୟ ହେଲା ଶିକ୍ଷକତା ଏବଂ NEP ଅନୁଯାୟୀ ପାଠପଢ଼ା ଆରମ୍ଭ ହେବ ସେଥିପ୍ରତି ପ୍ରସ୍ତୁତି ଆରମ୍ଭ କରିବା।
ଶିକ୍ଷାବ୍ୟବସ୍ଥା କୁ ନେଇ କିଛି ପ୍ରଶ୍ନଭିତ୍ତିକ ଆଲୋଚନା ହୋଇଥିଲା। ସବିତା ପାଲୋ, ସୁନିତା ନାୟକ, ବନଶ୍ରୀ ଦାଶ, ଗୋଦାବରୀଶ ମିଶ୍ର, ସୁଧୀର ନେଗୀ, ଲକ୍ଷ୍ମୀପ୍ରିୟା ସାହୁ, କୌସ୍ତୁବମଣି ବାଗ, ରଶ୍ମିତା ମିଶ୍ର ଇତ୍ୟାଦି ଗୁରୁଜୀ ଗୁରୁମା କିଛି କଥା ଶିକ୍ଷା ବିଷୟକୁ ନେଇ ରଖିଥିଲେ। ଶେଷରେ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସବୁ ବିଷୟକୁ ନେଇ ଆଲୋଚନା କରି ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.