କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ: କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମନୋଜ କୁମାର ପ୍ରଧାନ ଉଦଘାଟନ କରିଥିଲେ । ଏନେଇ ଆୟୋଜିତ ସମାବେଶରେ ସମ୍ମାନୀତ ଅତିଥି ଭାବେ ଆସିଷ୍ଟାଣ୍ଟ ପ୍ରଫେସର ବିଚିତ୍ର କୁମାର ବେହେରା, ଆସିଷ୍ଟାଣ୍ଟ ପ୍ରଫେସର ସୁଶାନ୍ତ କୁମାର ରଣା ଏବଂ ମୁଖ୍ୟ ବକ୍ତା ଭାବେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସଦାନନ୍ଦ ମେହେର, ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଯୋଗ ଦେଇ ଚିତ୍ର କଳା ପ୍ରଦର୍ଶନୀ ବିଷୟରେ ଆଲୋକପାତ କରିଥିଲେ। ଚିତ୍ରକରମାନେ ଇଶ୍ବରଙ୍କୁ ସେମାନଙ୍କ ଆତ୍ମା ​​ସହିତ ଏକତ୍ର କରି ଏପରି ସୁନ୍ଦର ଚିତ୍ର ତିଆରି କରିଥାଆନ୍ତି ବୋଲି ଏହି ଅବସରରେ ଅତିଥି ମତବ୍ୟକ୍ତ କରିଥିଲେ। ଏହି ଚିତ୍ର କଳା ଅବସରରେ ଏହି ମହାବିଦ୍ୟାଳୟର ସମସ୍ତ ପିଲାମାନଙ୍କୁ New Education Policy, Incredible India, Womens Empowermen, Save Water save life, Clean India Green India, Swachh Bharat, Save Energy, Global Warming, No Smoking, Gender Equality, Quality Education ,Rufugee ଏହି ସବୁ ବିଷୟକୁ ନେଇକି ଏକ ଚିତ୍ର କଳାର କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୯୫ ଜଣ ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ଚିତ୍ର କଳା ସୃଷ୍ଟି କରି ପରିବେଷିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମୋନାଲିସା ନାୟକ, ଭେଙ୍କେଟ୍ସ ରେଡ୍ଡୀ, ଲକ୍ଷ୍ମୀପ୍ରିୟା ନାୟକ ଏବଂ ସୁବ୍ରତ ପାଢ଼ୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.