ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ସି:ଏମ୍: ଟ୍ରଫି ନିମନ୍ତେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ସି:ଏମ: ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଏଥିରେ ଜିଲ୍ଲାର ୧୫ ବର୍ଷରୁ କମ ବୟସର ୧୭୬ରୁ ଉର୍ଦ୍ଧ୍ବ ଛାତ୍ର ଯୋଗ ଦେଇଛନ୍ତି। ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଟାନିକ ଭାବରେ ଶୁଭ ଉଦଘାଟନ କରିଛନ୍ତି।

ଏଥିରେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କମଳ କାନ୍ତ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼:ମାୟାଧର ସାହୁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ ଯେ , ଏହି ପ୍ରତିଯୋଗିତା ମାଧ୍ଯମରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ ବିଭିନ୍ନ କ୍ରୀଡ଼ାରେ ଅଭ୍ୟାସ କରିବା ଦ୍ୱାରା ନିଜ ଶରୀର ଓ ଜୀବନର ଭବିଷ୍ୟତ ଗଠନରେ ବିଶେଷ ସହାୟକ ହେବାସହ ଜୀବନ ଶୈଳୀରେ ବିଶେଷ ପରିବର୍ତ୍ତନ ଆଣିଥାଏ ବୋଲି କହିଛନ୍ତି। ଏହି ପ୍ରତିଯୋଗିତା ଦ୍ଵାରା “ପ୍ରତିଭା ଅନେକ, ଲକ୍ଷ୍ୟ ଏକ ” ମାଧ୍ଯମରେ କର୍ଯ୍ୟକରିବା ସହିତ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଧିବଦ୍ଧ ଉଦ୍ୟମ ଜାରି ରହିଛି।

ଆଜି ଏହି ପ୍ରତିଯୋଗିତାରେ ଜିଲ୍ଲାର ୮ଟି କ୍ଲବ୍ ଅଂଶ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଧୀରେନ୍ଦ୍ର ସାମଲ , ଶ୍ରୀ ସନ୍ତୋଷ ପଟ୍ଟନାୟକ , ଶ୍ରୀ ଶିବରାମ ଭୂୟାଁ , ଜ୍ୟୋତ୍ସ୍ନା ରଇତ , ରେଖାରାଣୀ ଦେଓ , ଵର୍ଷିତା ପଟ୍ଟନାୟକ , ପ୍ରିୟଦର୍ଶୀ ମିଶ୍ର , କେବି ରେଡ୍ଡୀ ଓ କିଶୋର ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.