ମହାସମାରୋହରେ ଶ୍ରୀ ରାମ ନବମୀ ପୂଜନୋତ୍ସବ ପାଳିତ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥାନୀୟ ଗନ୍ତାୟତ ପଡ଼ା ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଶ୍ରୀରାମ ନବମୀ ପୂଜନୋତ୍ସବ ମହାସମାରୋହ ରେ ପାଳିତ ହୋଇଛି । ଦୀର୍ଘ ୧୦ ଦିନ ଧରି ଶ୍ରୀରାମ ନବମୀ ପୂଜା କମିଟି ଦ୍ୱାରା ଏହି ଉତ୍ସବ ପାଳିତ ହୋଇଛି । ଗତ ୨୯ ତାରିକ ଅଧିବାସ ଓ ଶତାଧିକ ମହିଳା ମାନଙ୍କ କଳସ ଯାତ୍ରା ସହ ପୂଜା ଆରମ୍ବ ହୋଇଥିଲା । ୧୦ ଦିନ ବ୍ୟାପି ପୂଜାଚର୍ଣ୍ଣl ଭଜନ କୀର୍ତ୍ତନ ସହ ଦୈନିକ ଅର୍ଣ୍ଣ ଭୋଗ ଶ୍ରଦ୍ଧାଳୁ ମାନଙ୍କ ପାଇଁ କରାଯାଇଥିଲା । ସଭାପତି ଭାବେ ଦିବ୍ୟ କୈବର୍ତ୍ତ ଓ ସମ୍ପାଦକ ଭାବେ ପୁରୁଷୋତ୍ତମ କୈବର୍ତ୍ତ ଓ କର୍ତ୍ତା ଭାବେ ପ୍ୟାରେଲାଲ କୈବର୍ତ୍ତ ଓ ସୁଷମା କୈବର୍ତ୍ତ କାର୍ଯ୍ୟ ତୁଲାଇ ଥିଲେ । ୯ ଦିନ ଧରି ଅର୍ଣ୍ଣ ଭୋଗ ଚାଲିଥିଲା ସହଯୋଗୀ ମାନେ ହେଲେ ପ୍ୟାରେଲାଲ କୈବର୍ତ୍ତ,ଦାସ କୈବର୍ତ୍ତ,ସନ୍ଥ ରାମ କୈବର୍ତ୍ତ,ଘାଷି କୈବର୍ତ୍ତ ,ସୁରେଶ କୈବର୍ତ୍ତ,ଜିତେନ୍ଦ୍ର ନାଏକ,ଯୋଗୀନ୍ଦ୍ର ପୁଝାରୀ,ଭରତ ଖରସେଲ,ଟୁନା ପଣ୍ଡା, ପ୍ରକାଶ ନିଆଲ,ବିଜୁ ଶର୍ମା,ଶିବ କୈବର୍ତ୍ତ,କାଁହୁ କଟା, କୈଳାସ କୈବର୍ତ୍ତ,ପୁରୁଷୋତ୍ତମ କଟା,ସୁଶାନ୍ତ କୈବର୍ତ୍ତ ସୁମେଶ ବରାଡ଼,ତାରିଣୀ ବରାଡ଼,ସୁଧାଂଶୁ ବରାଡ଼, ରାଜକୁମାର କୈବର୍ତ୍ତ,ମଦନଲାଲ ଅଗ୍ରୱାଲ,ଲଳିତ ଅଗ୍ରୱାଲ ଏବଂ ଶେଷ ଦିବସ ରେ ଦୁର୍ଗା ପ୍ରସାଦ ନାଏକ,ହିମାଂଶୁ ବରାଡ଼,ରାକେଶ ବେମାଲ,ଲାଲ ସିଂ କୈବର୍ତ୍ତ ଓ ଶ୍ରୀରାମ ନବମୀ ପାଳନ କମିଟି ଓ ପୂର୍ଣ୍ଣାହୁତି ଦିନ ଶ୍ରୀରାମ ନବମୀ ମହିଳା କମିଟି ସମସ୍ତ ଦାଇତ୍ୱ ନେଇଥିବା କମିଟି ତରଫରୁ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗୀ ମାନେ ହେଲେ ରାମଲାଲ କୈବର୍ତ୍ତ,ପ୍ରେମଲାଲ କୈବର୍ତ୍ତ, ରାଧେଶ୍ୟାମ କୈବର୍ତ୍ତ,ଶଙ୍କର କୈବର୍ତ୍ତ,ସତ୍ୟ କୈବର୍ତ୍ତ ଓ ଶ୍ରୀରାମ ନବମୀ ମହିଳା କମିଟି ସଭାନେତ୍ରୀ ହୀରାବାଈ କୈବର୍ତ୍ତ , ସମ୍ପାଦିକା କୁମାରୀ କୈବର୍ତ୍ତ ଓ ଭଣ୍ଡାର ରଖ୍ୟକ ଭାବେ ଦୟାଳୁ କୈବର୍ତ୍ତ ଓ ସାଜସଜ୍ଜା ରେ ଭଗତରାମ କୈବର୍ତ୍ତ ସହଯୋଗ କରିଥିଲେ ।ପୂଜା ଦାୟିତ୍ୱ ରେ ଆଚାର୍ଯ୍ୟ ଅଜାମ୍ବିଳ ମିଶ୍ର,ବ୍ୟାସ ବସନ୍ତ ନନ୍ଦ,ଶକ୍ତି ବାଚକ ବିନୋଦ ରଥ,ପାଚକ ତରୁଣୀସେନ ରଥ ଓ ସହଯୋଗୀ ପୂଜକ ଗିରି ଦାସ ଓ ଶ୍ରୀରାମ ମନ୍ଦିର ପୂଜକ ଅଶ୍ୱିନୀ ଶର୍ମା ଓ ସହଯୋଗୀ ପଞ୍ଚାନନ ପାଢ଼ୀ ଦାଇତ୍ୱ ତୁଲାଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.