ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଳିକାର ଶୁଭ ଉଦଘାଟନ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳାଙ୍କ ଶିଶୁ (୦-୩ ବର୍ଷ) ମାନଙ୍କର କାର୍ଯ୍ୟରତ ସମୟରେ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିମନ୍ତେ ଉଦ୍ଧିଷ୍ଟ “କଳିକା” କୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଶୁଭ ଉଦଘାଟନ କରିଛନ୍ତି।

ପ୍ରକାଶ ଥାଉକି ଗୋଟିଏ ମହିଳା ସରକାରୀ କ୍ଷେତ୍ରରେ କାର୍ଯ୍ୟକରିବା ଏବଂ ସେହି ସମୟରେ ନିଜ ସଦ୍ୟ ଜନ୍ମ ହୋଇଥିବା ଶିଶୁଟିର ଯତ୍ନ ନେବା ସମ୍ଭବ ହୋଇ ନ ଥାଏ। ତେଣୁ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଉକ୍ତ କୁନି ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିମନ୍ତେ ଏକ “କଳିକା” ପ୍ରତିଷ୍ଠା କରାଯାଇଛି।

ଉକ୍ତ ସ୍ଥାନରେ ଶିଶୁ ମାନଙ୍କ ନିମନ୍ତେ ବିଭିନ୍ନ ଖେଳଣା, ଖାଦ୍ୟ ଏବଂ ଗରମ ପାନୀୟ ଜଳ ନିମନ୍ତେ ଇଲେକ୍ଟ୍ରିକ୍ ଚୁଲା, ରେଫ୍ରିଜିରେଟର, ଟିଭି ପ୍ରଭୃତି ସରଞ୍ଜାମ ରଖାଯିବା ସହିତ ସ୍ତନ୍ୟପାନ ନିମନ୍ତେ ସ୍ବତନ୍ତ୍ର କକ୍ଷ ଓ ବିଶ୍ରାମ କକ୍ଷ ର ମଧ୍ୟ ବ୍ୟବସ୍ଥା ରହିଛି।

ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗରାଜୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶଙ୍କର କେରେକେଟା, ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ଆଇ.ଟି.ଡି.ଏ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.