ଭଏସ୍ ଅଫ୍ ମିଡ଼ିଆର ସାଧାରଣ ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଜିଲ୍ଲା ଭଏସ ଅଫ ମିଡ଼ିଆ ସଂଘ ପକ୍ଷରୁ ସଦର ଛିନଛାନ୍ ଡୁଙ୍ଗୁରି ଯୋଗେଶ୍ୱର ବାବା ମନ୍ଦିର ଠାରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ସଂଘ କିପରି ତାର ଭୂମିକା, କର୍ମକର୍ତ୍ତା ମାନେ କିପରି ସେମାନଙ୍କର କର୍ତ୍ତବ୍ଯ ନିର୍ବାହ କରିବେ ସେ ଦିଗରେ ସବିଶେଷ ଆଲୋଚନା ହୋଇଥିଲା। ବରିଷ୍ଠ ସାମ୍ବାଦିକ ମୁରଲୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିର୍ବାଚନ ଅଧ୍ୟକ୍ଷ ସ‌ହଦେବ ମେହେରଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବେ ସନ୍ତୋଷ କୁମାର ମିଶ୍ରଙ୍କୁ ଚୟନ କରାଯାଇଥିବା ବେଳେ ଉପ-ସଭାପତି ଭାବେ ଶଶୀକାନ୍ତ ସୁନା, ରଞ୍ଜନ ହୋତା ଓ ସମ୍ପାଦକ ଭାବେ ଭାସ୍କର ବାବୁ ଶ୍ରଦ୍ଧାକାର ଦାସ ଚୟନ ହୋଇଥିଲେ। ସେହିପରି ଯୁଗ୍ମ ସମ୍ପାଦକ ଭାବେ ସରୋଜ ପ୍ରକାଶ ପଧାନ ଓ କୋଷାଧକ୍ଷ ଭାବେ ନୀଳକମଲ ମିଶ୍ରଙ୍କୁ ଚୟନ କରାଯାଇଏ। ଉପଦେଷ୍ଟା ମଣ୍ଡଳୀରେ ମୁରଲୀଧର ସାହୁ, ଶେଷଦେବ ବାରିକ, ଲେଖାରାଜ ସାଗର, ସତ୍ୟବ୍ରତ ପଧାନ, ଅଶ୍ଵିନୀ ନେପାକ, ନରହରି ମହାପାତ୍ର, ସତ୍ୟବାନ ପୁରୋହିତଙ୍କୁ ଚୟନ କରାଯାଇଥିବା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଏହି ସାଧାରଣ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.