ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ସବଷ୍ଟେସନ ଲୋକାର୍ପିତ କଲେ ଉପମୂଖ୍ୟମନ୍ତ୍ରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପଖଣ୍ଡ ତରଭା ବ୍ଲକ ଦେଉଳପଦର ଠାରେ ଓଡିଏସଏସପି ଯୋଜନାର ତୃତୀୟ ପର୍ଯ୍ୟାୟରେ ୩୩/୧୧ କେ.ଭି. ଦେଉଳପଦର ପାୱାର ସବଷ୍ଟେସନ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। ଏହି ପାୱାର ଷ୍ଟେସନ ଦ୍ୱାରା ୪ ଗୋଟି ୧୧ କେଭି. ଫିଡ଼ର ତଥା ନାରାୟଣପୁର, ଦେଉଳପଦର, ପାଇକବାହାଲ ଓ ଲଛିପୁର ଫିଡ଼ର ଅନ୍ତର୍ଗତ ୧୯ ଟି ଜନବସତିର ପ୍ରାୟ ୪୦୦୦ ବିଭିନ୍ନ ( ଘରୋଇ, ବ୍ୟବସାୟିକ, ଶିଳ୍ପ, ତଥା କୃଷି ଭିତ୍ତିକ ) ଉପଭୋକ୍ତା ଏହି ପାୱାର ସବଷ୍ଟେସନ ଦ୍ୱାରା ନିରନ୍ତର ତଥା ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ ବୋଲି କହିଛନ୍ତି କନକ ବର୍ଦ୍ଧନ। ଏହି ପାୱାର ସବ ଷ୍ଟେସନ କାର୍ଯ୍ୟକ୍ଷମ ଫଳରେ ଅଂଚଳର ପ୍ରାୟ ୫୫୦ କୃଷି ଉପଭୋକ୍ତା ଏବଂ ଗଭୀର ନଳ କୂପ ପ୍ରକଳ୍ପ ବିଶେଷ ଭାବେ ଉପକୃତ ହୋଇପାରିବେ। ତରଭା ବ୍ଲକ ଦେଉଳପଦର ଠାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥିଭାବେ ମାନନୀୟା ସାଂସଦ ବଲାଙ୍ଗୀର ଲୋକସଭା ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ସୁବର୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଟିପିଡବ୍ଲୁଓ ଡିଏଲ, ସିଇଓ ଇଂ. ପ୍ରବୀଣ ବର୍ମା ପ୍ରମୁଖ ମଂଚାସୀନ ରହିଥିଲେ। କାର୍ଯ୍ୟକ୍ରମ ଅବସରରେ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି, ବିଭିନ୍ନ ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀ, ତଥା ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଗ୍ରୀଡ଼ ପାୱାର ଷ୍ଟେସନର ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନ ହେଲା ଚାଲିଥିବା। କାର୍ଯ୍ୟକ୍ରମକୁ ମନୋଜ ପଟ୍ଟନାୟକ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ସଂଯୋଜନା କରିଥିବା ବେଳେ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକ ସମ୍ପର୍କ ଅଧିକାରୀ ଟିପିଡବ୍ଲୁଓଡ଼ିଏଲ ପ୍ରବୀର କୁମାର ଶତପଥି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.