୧୫ ବର୍ଷରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପର ତୃତୀୟ ମ୍ୟାଚ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ତୃତୀୟ ଦିବସ ଖେଳ ଅନୁଷ୍ଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗରେ ଅନୁଷ୍ଟିତ ଏହି ଟର୍ଣ୍ଣlମେଣ୍ଟ କୁ ଅତିଥି ଭାବରେ ଭେଟରାନ ଫୁଟବଲର ପୁରୁଷତ୍ତମ ପାଣିଗ୍ରାହି, ବାବୁଲା ବେବର୍ତ୍ତା, ରିଆଜ ମହମ୍ମଦ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଓ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଳକରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବାବେଳେ କଙ୍କାଳୀ ଏଫସି ଜନମୁରା ଓ ବିଏମପୁର ମଧ୍ୟରେ ପ୍ରଥମ ମ୍ୟାଚ ଓ ଚର୍ଦେଇ କ୍ଲବ୍ ଓ ରାମଧୂନ୍ କ୍ଳବ୍ ବି ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତୃତୀୟ ମ୍ୟାଚ୍ ରାମଧୂନ୍ ଡି ଓ ନାରାୟଣପୁର ଏଫସି ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ସମସ୍ତ ମ୍ୟାଚରେ ଉଭୟ ଟିମ୍ ୦-୦ ଗୋଲରେ ଆଜିର ମ୍ୟାଚ୍ ସବୁ ଅମିମାଂସିତ ରହିଛି। ସମସ୍ତ ମ୍ୟାଚକୁ ରେଫରୀ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ ଓ ଅନିଲ ଭୋଇ, ଅନିତା ମହାକୁଡ, ଅଜିତ, ସାନୁଜ କୁମାର ଖେଳ ପରି ଚାଳନା କରିଥିଲେ। ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ, ଚନ୍ଦନ, ଅନିଲ, ଚାହଦ, ଚୈତନ୍ୟ, ରବି, କିରଣ, ସଦା, ରଞ୍ଜୁ, ପୁରେନ୍ ଓ କଲିମଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.