ଗୁରୁ ରବିଦାସ ସମାଜ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଅଲ୍ ଓଡ଼ିଶା ରବି ଦାସ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଆଇନଜୀବୀ ସୀତାରାମ ମେହେରଙ୍କ ଅଧ୍ଯକ୍ଷତାରେ ସୋନପୁରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାହା ଗେଷ୍ଟ ହାଉସ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁ ଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସନ୍ଥ ରବି ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସାମାଜିକ ଚାଲି ଚଳନରେ କୁସଂସ୍କାର, ଅନ୍ଧବିଶ୍ଵାସ ଦୁରୀକରଣ ଦିଗରେ ଗୁରୁ ରବିଦାସ ସମାଜ ସାମୁହିକ ଭାବରେ ଏକତ୍ରୀତ ହୋଇ କାର୍ଯ୍ୟ କରିବା ପାଇଁ ବକ୍ତାମାନେ ମତ ପ୍ରକାଶ କରିଥିଲେ। ଶିକ୍ଷା କୁ ଗୁରୁତ୍ୱ ଦେଇ ସମସ୍ତେ ନିଜ ପୁଅଝିଅଙ୍କୁ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରାଧାନ୍ୟ ଦେବା ପାଇଁ ସଚେତନ କରାଇଥିଲେ। ରାଜ୍ୟ ସାଧାରଣ ସମ୍ପାଦକ କୁନ୍ଦୁରୁ ଦାସ ଓ ବୁଲୁ ନାଗଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସୋନପୁର ନଗର କମିଟୀ ସଭାପତି ଧରଣୀଧର ରାଉତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠିତ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ଯୁଗ୍ମ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ଶଙ୍କର ମେହେର ରାଜ୍ୟ ଯୁଗ୍ମ ସମ୍ପାଦକ ସୀତାରାମ ରୋହିଦାସ, ସଭାପତି ଡକ୍ଟର ମଦନ ମେହେର, ପଦ୍ମାବତୀ ମେହେର, କଳାକାହୁ ମେହେର୍‌, ଗଣେଶ ମିରିଗ, ରାଜେଶ ରୋହିଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ରବିଦାସ ସମାଜ ଜିଲ୍ଲା କମିଟୀ ଗଠନ କରାଯାଇଥିଲା। କମିଟୀର ଜିଲ୍ଲା ସଭାପତି ଧରଣୀଧର ରାଉତ, ଉପ ସଭାପତି ଗୋବିନ୍ଦ ମେହେର ଓ ହରିବୋଲ ନାଗ, ସାଧାରଣ ସମ୍ପାଦକ ବୁଲୁ ନାଗ, ଯୁଗ୍ମ ସମ୍ପାଦକ ରଞ୍ଜନ ମେହେର କୋଷାଧ୍ଯକ୍ଷ ନକୁଳ ଅଜଗରଙ୍କ ସହ ଅନ୍ୟାନ ପଦବୀ ପାଇଁ କର୍ମକର୍ତା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.