ହାତୀବନ୍ଧାରେ ମହା ମୃତ୍ଯୁଞ୍ଜୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମ ଠାରେ ନବ ନିର୍ମିତ ମହା ମୃତ୍ଯୁଞ୍ଜୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଗତ ସୋମବାର କଳସ ଯାତ୍ରା ପରେ ମଙ୍ଗଳବାର ନବ ନିର୍ମିତ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି। ଏହା ପରେ ବୁଧବାର ବିଧି ଅନୁଯାୟୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆୟୋଜିତ ହୋଇ ଯାଇଛି। କାର୍ଯ୍ଯକ୍ରମ ଆୟୋଜନରେ ସୁଶ୍ରୀ ଗାୟତ୍ରୀ ସାହୁ, ସୁଶ୍ରୀ ଜୟନ୍ତୀ ମେହେର, ସୁଶ୍ରୀ ମମତା ମେହେର, ଖିରମତି ମେହେର, ଲୋଚନ ମେହେର, ସୁବାସ ଅଗ୍ରୱାଲ, ସରୋଜ ସିଂ ନିନା ପ୍ରମୁଖ ନେତୄତ୍ୱ ନେଇଛନ୍ତି। କାର୍ଯ୍ଯକ୍ରମର ପୂଜକ ଭାବରେ ଅର୍ଜୁନ ବାଗ, ଶୁଭେନ୍ଦ୍ର ସାହୁ, ଭବାନୀ ଶଙ୍କର କଟା, ଚଂଦ୍ର କୁମାର ଧୀବର ଦାୟିତ୍ୱରେ ଥିବା ବେଳେ ଯଜ୍ଞ କର୍ତ୍ତା ଭାବରେ ମୃତୁଞ୍ଜୟ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରେଖା ଅଗ୍ରୱାଲ ରହିଛନ୍ତି। ସମସ୍ତ କାର୍ଯ୍ଯ ସଂପାଦନରେ ଲକ୍ଷ୍ମୀଧର ମେହେର, ତପନ କାଣ୍ଡ, ବୃନ୍ଦାବାନ କାଣ୍ଡ, ଜେଡୋ ନାଗ, ମନିରାମ ମେହେର, ଗୁଣନିଧି ବେହେରା, ନିରୁପମା ପ୍ରମୁଖଙ୍କ ସହ ଅଂଚଳ ବାସୀ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.