୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ୨୦୨୪-୨୫ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁର ଠାରେ ଉଦଯାପିତ ହୋଇଯାଇଛି।

ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସମ୍ପାଦକ ରୂପସିଂହ ରାଉତଙ୍କ ନେତୃତ୍ୱରେ ଏଥିରେ ଜିଲ୍ଲାର ୧୨୪ଟି ବିଦ୍ୟାଳୟରୁ ୨୭୭ ଜଣ ସ୍କାଉଟ୍ (ବାଳକ) ଓ ୬୫ ଜଣ ଗାଇଡ୍ (ବାଳିକା) ଭାଗ ନେଥିଲେ।

ସେମାନଙ୍କ ମଧ୍ୟରେ ଅନୁଶାସନ, ଚରିତ୍ର ଗଠନ, ନେତୃତ୍ୱ, ସୃଜନଶୀଳତା ଓ ଆତ୍ମବିଶ୍ୱାସ ଜାଗ୍ରତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜିଲ୍ଲା ମୁଖ୍ୟ କମିଶନର ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପ୍‌ଦାର, ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ସମାଜସେବୀ ଯୁଗଳ କିଶୋର ପୋଢ଼, ମେଦିନୀପୁର ସରପଞ୍ଚ ଗୌରୀ କୁମାର ମିଶ୍ର, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସାଂଗଠାନିକ ସମ୍ପାଦକ ସୁଶୀଳ କୁମାର ବିଶ୍ଵାଳ ପ୍ରମୁଖ ମଞ୍ଚାସୀନ ଥିଲେ।

ସଙ୍ଗମ ନୃତ୍ୟ ଏକାଡେମୀ ଭବାନୀପାଟଣାର କଳାକାର ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁରର ଛାତ୍ରୀମାନେ ବିଦାୟୀ ସଙ୍ଗୀତ ପରିବେଷଣ କରିଥିଲେ।

ଶିକ୍ଷକ ପ୍ରଭାତ କୁମାର ରଥ ଅତିଥି ପରିଚୟ ଓ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ଶାଶ୍ଵତୀ ମହାପାତ୍ର ଓ ଶୃତିସିଲଭା ପଣ୍ଡା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ।

କାର୍ଯ୍ୟକ୍ରମ ଆୟୋଜନରେ ସନାତନ ସାହୁ, ଧୀରେନ୍ଦ୍ର ପଣ୍ଡା, ମନୋରଞ୍ଜନ ସାହୁ, ପ୍ରଦୀପ ନେଗୀ, ପ୍ରକାଶ ମିଶ୍ର, ରାଜୁ ସାହୁ, ଗୋରେଖ ଚନ୍ଦ୍ର ସାହୁ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.