ଏଣିକି ସକାଳ ୭ ରୁ ୧୦ ଘଟିକା ମଧ୍ୟରେ ଜନ ଶୁଣାଣୀ

ସାକ୍ଷାତ ନିମନ୍ତେ ସ୍ଲଟ ବୁକ କରିବେ ଅଭିଯୋଗକାରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ସୋମବାର ଦିନ ଅନୁଷ୍ଠିତ ହେଉଥିବା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସକାଳ ୭ ଘଟିକାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସମସ୍ତ ଅଭିଯୋଗକାରୀ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ ଅ0ନୁଷ୍ଠିତ ଯୁଗ୍ମ ଅଭିଯୋଗ ଜନଶୁଣାଣୀ ଶିବିରରେ ସାକ୍ଷତକାର ପାଇଁ ପ୍ରତ୍ୟେକ ଜନ ଶୁଣାଣୀ ଅର୍ଥାତ ସୋମବାରର ପୂର୍ବ ଶୁକ୍ରବାର ଦିନ ୧୧ ଘଟିକାରୁ ଶନିବାର ରାତି ୧୧. ୫୯ ଘଟିକା ପର୍ଯ୍ୟନ୍ତ ଅନଲାଇନ ଜରିଆରେ http://janasunani.odisha.gov.in ୱେବ ସାଇଟରେ ସ୍ଲଟ ଵୁକ୍ କରିବେ। ଜିଲ୍ଲାର ବ୍ଲକ ସ୍ତରୀୟ ଶୁଣାଣୀ ନିମନ୍ତେ କେବଳ ୧୦୦ ଗୋଟି ସ୍ଲଟ ଉପଲବ୍ଧ ରହିଛି ଏଣୁ ଅଭିଯୋଗ ନିମନ୍ତେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଅଭିଯୋଗ ପାଇଁ ସ୍ଲଟ ବୁକ କରାଇ ନେଇ ସ୍ୱୀକୃତି ସ୍ଲିପ ସହିତ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରବେଶ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସୂଚିତ ତଥା ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.