ଜଳଖିଆ ଠେଲାରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )  ସୋନପୁର ବସଷ୍ଟାଣ୍ଡ ନିକଟସ୍ଥ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ପଦ୍ମ ଲୋଚନ ସାହୁଙ୍କ ଜଳଖିଆ ଠେଲା ଦୋକନରେ ନିଆଁ ଲାଗିଯାଇଥିଲା। ଦୋକାନି ବରା ଛାଣୁଥିବା ବେଳେ ଗ୍ୟାସ୍ ପାଇପ ଫାଟି ହଠାତ୍ ନିଆଁ ଲାଗି ଯିବାରୁ ଠେଲା ସମେତ ତଳେ ଥିବା ଗ୍ୟାସ ସିଲିଣ୍ଡରରେ ବି ଲାଗି ଯାଇଥିଲା। ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ୧୦୦ ମିଟର ଦୂର ରେ ଥାଇ ମଧ୍ୟ ୧୦/୧୫ ମିନିଟ୍ ଯାଏ ଅଗ୍ନିଶମ ବିଭାଗ ଓ ୩୦ ମିଟର ଦୂରରେ ଥିବା ଜଣେ ପୋଲିସ ମଧ୍ୟ ଘଟଣାସ୍ଥଳକୁ ପହଂଚି ନ ଥିବାରୁ ଲୋକେ ଦୃଢ଼ ନିନ୍ଦା ଓ ସମାଲୋଚନା କରୁଥିବା ଦେଖାଯାଇଛି। ଲୋକଙ୍କ ଉପସ୍ଥିତ ବୁଦ୍ଧି ବଳରେ ଗ୍ୟାସ ଟାଙ୍କି କୁ ଉଦ୍ଧାର କରି ନିଆଁକୁ ଆୟତ୍ତ କରିଥିଲା ବେଳେ ଏକ ବଡ ଦୁର୍ଘଟଣାରୁ ସାଧାରଣ ଲୋକ ରକ୍ଷା ପାଇଥିଲେ। ବ୍ୟବସାୟୀଙ୍କ ଠେଲାଟି ସମ୍ପୂର୍ଣ ଜଳି ପୋଡ଼ି ଅନେକ କ୍ଷତି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତି ପୁରାଣ ଦାବୀ କରଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.