ମରାମତି ହେଲା ଅଚଳ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ବସ୍ତି କ୍ଳବ୍ ଗୃହ ନିକଟରେ ଥିବା ଅଚଳ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କୁ ଆଜି ମରାମତି କରାଯାଇଛି। ଏହା ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ରହିଥିଲା। ଏନେଇ ଓଡ଼ିଆ ବାର୍ତ୍ତା ସହ ବିଭିନ୍ନ ଖବର କାଗଜ ରେ ଖବର ପ୍ରସାରଣ ପରେ ବିଭାଗୀୟ ପ୍ରଶାସନ ତତ୍ପରତା ଦେଖାଇ ଗୁରୁବାର ଅଚଳ ହୋଇଥିବା ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ କୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ମରାମତି କରାଯାଇଛି। ମରାମତି ପରେ ଗ୍ରାମବାସୀ ପ୍ରଶାସନ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଏବଂ ସାମ୍ବାଦିକଙ୍କୁ ପ୍ରଶଂସା କରି କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.