ଝିମନପାଲିରେ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଝିମନପାଲି ଗ୍ରାମରେ ସଇଁତଲା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୧ତମ ଗ୍ରାହକ ସେବା କେନ୍ଦ୍ର (ସିଏସପି) ଉଦଘାଟିତ ହୋଇଛି | ଭାରତୀୟ ଷ୍ଟେଟ ବ୍ୟାଙ୍କ, ସଇଁତଲାର ଶାଖା ପରିଚାଳକ ପ୍ରଦୀପ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ଗ୍ରାହକ ସେବା କେନ୍ଦ୍ର ଜିଲ୍ଲ ପରିଚାଳକ ଶ୍ରୀକୃଷ୍ଣ କୁଅଁର, ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡେକ, ୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ଭୋଇ, ସମିତି ସଭ୍ୟା ଦହି ଭୋଇ, ପୂର୍ବତନ ସମିତି ସଭ୍ୟ ସୁଭାଷ ବୁଡ଼େକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ପୂର୍ବରୁ ଏହି ଅଞ୍ଚଳର ଲୋକଙ୍କୁ ଷ୍ଟେଟ ବ୍ୟାଙ୍କ ସେବା ପାଇବାକୁ ୧୫ରୁ ୨୦ କିଲୋମିଟର ଦୂରସ୍ଥ ସଇଁତଲା ଯିବାକୁ ପଡୁଥିଲା | ଏଥର ଗାଁ ପାଖରେ ସେବା ଉପଲବ୍ଧ ହୋଇପାରିବ ବୋଲି ଵକ୍ତାମାନେ କହିଥିଲେ | କରମତଲା ଗୌନ୍ତିଆ ରାଜକିଶୋର ସିଂ ବୁଡ଼େକ ସଭା ସଂଯୋଜନା କରିଥିଲେ | ଶେଷରେ କେନ୍ଦ୍ର ପରିଚାଳିକା ଭାନୁମତି ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.