ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ

ଓଡ଼ିଆ ବାର୍ତ୍ତା ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗିର ସରଗାଡ଼ ଗାଁରେ ଚାଂଚଲ୍ୟକର ଘଟଣା। ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ନେଇ ହୋଇଛି ଅଭିଯୋଗ। ମୃତ ଯୁବକ ଜଣକ ହେଲେ ସରଗାଡ଼ ଗାଁର ୪୫ ବର୍ଷୀୟ ଅରୁଣ ପଟେଲ , ତାଙ୍କଘର ସରଗାଡ଼ କଲୋନୀ ପଡାରେ ବୋଲି ଜଣାପଡ଼ିଛି। ଗତ କାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ। ତାପରେ ପଡ଼ୋଶୀ ଉମାକାନ୍ତ ନାଏକଙ୍କ ଘର ଆଗରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ବିରୋଧ କରିବାରୁ ଅରୁଣ ଓ ପଡୋଶୀ ଉମାକାନ୍ତ ଏବଂ ଅନ୍ୟମାନଙ୍କ ମଧ୍ୟରେ ବଚସା ହୋଇଥିଲା।ହଠାତ ରାଗିଯାଇ ଉମାକାନ୍ତ ନିଜ ବାପାଙ୍କ ସହିତ ମିସି ଅରୁଣଙ୍କୁ ପିଟିପିଟି ହତ୍ୟାକରି ଦେଇଥିଲେ। ଆଉ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଅରୁଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା ବଲାଙ୍ଗିର ସଦର ପୋଲିସ। ବଚସାରୁ ହିିଁ ଅରୁଣଙ୍କ ଜୀବନ ଚାଲିଯାଇଥିବା ସନ୍ଦେହ କରୁଛି ବଲାଙ୍ଗିର ସଦର ଥାନା ପୋଲିସ। ଏହି ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ବଲାଙ୍ଗିର ସଦର ଥାନା ପୋଲିସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.