ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ସଦର ଥାନା ସିଆଲବାହାଳୀ ଗାଁରେ ଅଭାବନୀୟ ଘଟଣା। ଘର ଭିତରୁ ଜଣେ ବି. ଏସ. ଏଫ ଯବାନଙ୍କ ଝୁଲନ୍ତା ଶବ ଉଦ୍ଧାର। ମୃତ ଯବାନ ଜଣକ ହେଉଛନ୍ତି ୨୫ ବର୍ଷୀୟ ବ୍ୟସଦେବ ଦାଣ୍ଡିଆ। ଗତ କିଛି ବର୍ଷ ହେଲା ବ୍ୟସଦେବ ବି. ଏସ. ଏଫ ଯବାନ ଭାବରେ ଚାକିରୀ କରୁଥିଲେ। ଗତ କିଛି ଦିନ ତଲେ ଛୁଟିରେ ଘରକୁ ଆସିଥିଲେ ବ୍ୟସଦେବ। କିନ୍ତୁ କଣ ହେଲା କେଜାଣି ନିଜ ଘର ଭିତରେ ସିଲିଂ ଫ୍ୟାନରେ ଝୁଲି ପଡିଲେ ଯବାନ। ଏ ବର୍ଷା ବ୍ୟାସଦେବଙ୍କୁ ବାହା କରେଇବା ପାଇଁ ଚାହୁଁଥିଲେ ପରିବାର ଲୋକେ। କିନ୍ତୁ ମନା କରୁଥିଲେ ବ୍ୟାସ। ବାହାଘର ବିବାଦକୁ ନେଇ ବ୍ୟାସଦେବ ଆତ୍ମହତ୍ୟା କରିଥିବା ପୋଲିସ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଶବ ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି ସଦର ପୋଲିସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.