ମାଆ ତାରା ତାରିଣୀ ମନ୍ଦିରରେ ପୂଜା ହେଲା ଅଧର ପଣା

ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଏକ ମାସ ଧରି ମା’ଙ୍କ ପୀଠ ରେ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଥିବା ଚୈତ୍ର ଯାତ୍ରା ର ଆଜି ଶେଷଦିନ ବା ପୂର୍ଣମୀ ହୋଇଥିବାରୁ ମା ଙ୍କ ନିକଟରେ ଲାଗି ହୋଈଛି ଅଧରପଣା l ଖିର, ଘିଅ, ନବାତ, କଦଳୀ, ନଡ଼ିଆ, ଛେନା ଭଳି ବିଭିନ୍ନ ପ୍ରକାର ସାମଗ୍ରୀ ରେ ପଣା ପ୍ରସ୍ତୁତ କରାଯାଇ ମା ଙ୍କ ନିକଟରେ ଲାଗି କରାଯିବା ପରେ ପଣା ହାଣ୍ଡି କୁ ଭାଙ୍ଗି ଦିଆଯାଇଥାଏ l ଚୈତ୍ର ଯାତ୍ରା ଲାଗି ମା ଙ୍କ ପୀଠକୁ ଆମନ୍ତ୍ରିତ ଦେବୀ ମାନଙ୍କୁ ଶେଷଦିନ ରେ ଅଧରପଣା ଜ୍ଞାପନ କରାଯାଇ ବିଦାୟ କରାଯିବା ବିଶ୍ୱାସ ରହିଛି l ଏବଂ ଯାତ୍ରାରେ ବୁଲୁଥିବା ଆଶରୀରୀ, ପ୍ରେତାତ୍ମା, ଯୋଗିନୀ, ଡାକିନୀ, ପିଶାଚ, ମାନଙ୍କୁ ଏହି ଅଧର ପଣା ଦେଇ ବିଶ୍ୱାସ ରେ ବାହାର କରିଦେବା ର ବିଧାନ ରହିଛି। ସେବାୟତ ସଙ୍ଘର ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣା ଙ୍କ ସଂଯୋଜନା ରେ ଏବଂ ଅନ୍ୟ ସେବାୟତ ମାନେ ଯଥା ଜଗନ୍ନାଥ ରଣା ଦୁର୍ଗା ପ୍ରସାଦ ରଣା, ରାମଚନ୍ଦ୍ର ରଣା, କୈଳାସ ଚନ୍ଦ୍ର ରଣା, ଧ୍ରୁବ ଚରଣ ରଣା, ଦୁର୍ଗା ମାଧବ ରଣା, ଟୁନା ରଣା, ମିଟୁ ରଣା, ଦୀପକ ରଣା, ଅଶୋକ ରଣା, ପ୍ରକାଶ ଚନ୍ଦ୍ର ରଣା, ଅମୁଲ୍ୟ ରଣା, ସନାତନ ରଣା, ଶିବରାମ ରଣା, ଅକ୍ଷୟ ରଣା, ସୂର୍ଯ୍ୟ ରଣା ଙ୍କ ସହିତ ଅନ୍ୟ ସେବାୟତ ମାନଙ୍କ ସହଯୋଗ ରେ ତିନିଗୋଟି ବଡ଼ ମାଟି ହାଣ୍ଡିକୁଚିତ୍ର ବିଚିତ୍ର ରେ ଅଙ୍କନ କରିଲା ପରେ ତାହାକୁ ଧୋଇ ସେଥିରେ କ୍ଷୀର, ଛେନା, ନବାତ, ପାଚିଲା ପକ୍ଵଫଳ କୁ ଛୋଟ, ଛୋଟ କରି କାଟି ଏହି ମାଟିହଣ୍ଡାରେ ପକାଇ ତାକୁ ଭଲଭାବେ ମିଶାଯାଏ ଏବଂ ପଣା ଉପରେ ଗୁଜୁରାତି,ଓ ଗୋଲ ମରିଚ ଗୁଣ୍ଡ ମିଶାଇ ଦିଆଯାଏ |ଏବଂ ଦୁଇ ଭଉଣୀ ଙ୍କ ପାଖରେ ଭୋଗ ଲାଗି, ଆଳତି ପରେ ସେହି ପଣା ହାଣ୍ଡି ଗୁଡିକ ସେବାୟତ ମାନେ ମୁଣ୍ଡରେ ଧରିଥାନ୍ତି, ଏବଂ ଅନ୍ୟ ସେବାୟତ ଓ ଭକ୍ତ ମାନେ ଢୋଲ, ମହୁରୀ, ଘଣ୍ଟ, ମୃଡୁଙ୍ଗ, ଗିନି ର ତାଳେ, ତାଳେ, ମାଆ ଙ୍କ ଜୟଗାନ କରି ବେଢା ବୁଲିବା ପରେ,ପାହାଡ଼ ଉପର ସମ୍ମୁଖ ସିଂହଦ୍ୱାର ପାବଛ ରାସ୍ତରେ ସେଗୁଡିକୁ ଅଦୃଶ୍ୟ ଶକ୍ତି ମାନଙ୍କ ଉଦେଶ୍ୟରେ ପଣା ହାଣ୍ଡିଗୁଡିକ କୁ ତଳେ ପକେଇ ଦିଆ ଯାଏ | ବିଶ୍ୱାସ ଓ ଲୋକ କଥା ଆନୁସାରେ ଚତୃପାର୍ଶ୍ଵ ରେ ବୁଲୁଥିବା ଏହି ଅଦୃଶ୍ୟ ଶକ୍ତି ମାନେସେହି ସୁସ୍ୱାଦୁ ପଣା କୁ ପିଇ ବହୁତ ଖୁସି ହୋଇ ଅନ୍ୟତ୍ର ପଳାୟନ କରନ୍ତି | ତେଣୁଚୈତ୍ର ଯାତ୍ରା ସରିବା ପରେ ପୂର୍ଣ୍ଣମୀ ଦିନ ଏହି ଅଧର ପଣା ନୀତି ସମ୍ପର୍ଣ କରାଯାଇ ଥାଏ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.