୧୫ ବର୍ଷରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ; ଷଷ୍ଠ ଦିବସ ମ୍ୟାଚ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଚିଫ ମିନିଷ୍ଟର ଟ୍ରଫି ଫୁଟବଲ୍ ଚମ୍ପିଅନସିପ-୨୦୨୫ ର ଷଷ୍ଠ ଦିବସରେ ତିନି ଗୋଟି ମ୍ୟାଚ ଅନୁଷ୍ଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା ଓ ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଟିତ ଏହି ଟୁର୍ନାମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଇନ ଚାର୍ଜ ତଥା ଅଣ୍ଡର ଫିଫ୍ଟିନ ସିଲେକ୍ଟର ଯୁବକ୍ରୀଡା ବିଭାଗ ଓଡ଼ିଶା ଶ୍ରୀ ଗଙ୍ଗାଧର ବେହେରା ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ସଂପାଦକ ଶ୍ରୀ ପ୍ରତୀକ କର, ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ମହାପାତ୍ର, ଜିଲ୍ଲା ବିଜେପି ମିଡ଼ିଆ ପ୍ରଭାରୀ ନିରଞ୍ଜନ ତ୍ରୀପାଠୀ, ଜିଲ୍ଲା କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ଉପଦେଷ୍ଟା ଦିଗାମ୍ବର ଶତପଥୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାଇଭେଟ ବସ ସଂଘ ସଭାପତି ଦୀପକ ମହାପାତ୍ର, କାଉନସିଲର ଗଙ୍ଗା ତରିଆ, ସୁକାନ୍ତ ସାହୁ, ବିଜେପି ନଗର ସଭାପତି ସୁରେଶ ବିଶ୍ଵାଳ, ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର ଅତିଥି ଭାବରେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରି ରାଜ୍ୟ ସରକାରଙ୍କ ଏହି ଅୟୋଜନକୁ ପ୍ରଶଂସା କରିଥିଲେ ଓ ଏହି ଜିଲ୍ଲାରୁ ଅନେକ ଯୁବ କ୍ରୀଡା ପ୍ରତିଭା ୧୫ ବର୍ଷ ରୁ କମ୍ ଫୁଟବଲ ଖେଳାଳୀ ରାଜ୍ୟ ତଥା ଜାତୀୟସ୍ତରକୁ ଚୟନ ହେବାର ଆଶା ଉଜ୍ବଳ ଅଛି ବୋଲି କହିଥିଲେ। ଭଲ ପାଠ ସହିତ ଭଲ ଫିଟନେସ ମଧ୍ୟ ଜରୁରୀ ବୋଲି ଡେପୁଟି କଲେକ୍ଟର ଶ୍ରୀ କର ପ୍ରକାଶ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ର ପ୍ରଥମ ମ୍ୟାଚ୍ ବିଏସଏ ଉଲୁଣ୍ଡା ଓ ରାମଧୂନ୍ କ୍ଲବ୍ (ଏ) ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ କଙ୍କାଳି ଏଫସି ଜନମୁରା ଓ ରାମଧୂନ୍ କ୍ଲବ୍ (ସି ) ମଧ୍ୟରେ ତୃତୀୟ ମ୍ୟାଚ, ରାମଧୂନ୍ କ୍ଳବ୍ (ବି) ଓ ରାମଜୀ କ୍ଲବ୍ ନିମ୍ନା ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍ ରେ ଉଲୁଣ୍ଡା ଦଳ ୧-୦ ଗୋଲ୍ ରେ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ରାମଧୁନ୍ ଓ ନିମ୍ନା (ବି) ଅମିମାଂସିତ ରହିଥିଲା। ତୃତୀୟ ମ୍ୟାଚରେ ଜନମୁରା ଦଳ ୧-୦ ଗୋଲରେ ବିଜୟୀ ହୋଇଛି। ପ୍ରଥମ ଦ୍ବିତୀୟ ମ୍ୟାଚକୁ ମୁଖ୍ୟ ରେଫରୀ ଭାବେ ଅନିଲ ଭୋଇ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ରାଜେଶ ଥନlପତି, ନରେଶ ମାଝୀ ଓ ତୃତୀୟ ନ୍ୟାଚକୁ ସଞ୍ଜୀବ ସାହୁ ମୁଖ୍ୟ ରେଫରି, ଅନିଲ ଭୋଇ ଅନିତା ମହାକୁଡ, ପ୍ରଶାନ୍ତ ସେଠି ଖେଳ ପରିଚାଳନା କରିଥିଲେ। ପ୍ରତିମ୍ୟାଚରେ ମ୍ୟାଚ୍ କମିଶନର ଭାବେ ଜିତେନ୍ଦ୍ର ଥନାପତି ଦାୟିତ୍ବ ନିର୍ବାହ କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ପରିଚୟ ଓ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀଙ୍କ ସମେତ ଚନ୍ଦନ, ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ପ୍ରମୂଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.