ପ୍ରଧାନ ଶିକ୍ଷକ ଦିଗାମ୍ବର ସାହୁଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ସୁପରିଚିତ ଶିକ୍ଷକ ଦିଗାମ୍ବର ସାହୁ (୭୦)ଙ୍କ ପରଲୋକ ଘଟିଛି। ସେ ଦୀର୍ଘବର୍ଷ ଧରି ସୋନପୁର ମହାମହାରାଜ ହାଇସ୍କୁଲରେ ଶିକ୍ଷକତା କରି ଜଣେ ସରଳ, ମିଷ୍ଟଭାଷୀ, ମେଳାପୀ, ଭଦ୍ର ବ୍ୟକ୍ତିତ୍ଵ ଭାବରେ ଜଣାଶୁଣା ଥିଲେ। ପରେ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ଜଣେ ଛାତ୍ର ବାତ୍ସଲ୍ୟ ଶିକ୍ଷକ ରୂପେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ମାର୍ଚ୍ଚ ମାସ ୨୦୧୩ ମସିହାରେ ସୋନପୁର ବାଳିକା ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ଭାବରେ ଅବସରର ଗ୍ରହଣ କରିଥିଲେ। ଗତ କିଛି ଦିନ ହେଲା କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଗୋକର୍ଣ୍ଣେଶ୍ଵର ପଡ଼ାସ୍ଥିତ ନିଜର ବାସଗୃହରେ ତାଙ୍କର ମରଶରୀରକୁ ବହୁ ମାନ୍ୟଗଣ୍ୟ ଲୋକ ଦର୍ଶନ କରିଥିଲେ। ସ୍ଥାନୀୟ ଗୋକର୍ଣେଶ୍ୱର ଶ୍ମଶାନ ଠାରେ ତାଙ୍କର ବଡପୁଅ ସତ୍ୟ ନାରାୟଣ ସାହୁ ମୁଖାଗ୍ନୀ ଦେଇ ଶେଷକୃତ ସମ୍ପନ୍ନ କରିଥିଲେ। ସାନ ପୁଅ ଶ୍ରୀ ନିବାସ ସାହୁ ଓ ଦୁଇ ବୋହୁ ସହ ନୀତି ନାତୁଣୀ ତାଙ୍କର ଶେଷ ସମୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.