ପାଳିତ ହେଲା ବାଞ୍ଛାନିଧି ଇଂଲିଶ ମିଡିୟମ୍ ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ

• ବାର୍ଷିକ ୨୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲା ‘ମାସ୍’ ଅନୁଷ୍ଠାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଯେଉଁଠି ମଣିଷପଣିଆକୁ ଉଜ୍ଜୀବିତ କରିବା ପାଇଁ, ଅପର ପାଇଁ ବଞ୍ଚିବା ଲାଗି ଶିକ୍ଷା ଦିଆଯାଏ , ତାହା ହିଁ ପ୍ରକୃତ ଶିକ୍ଷାଳୟ । ଯେଉଁ ଶିକ୍ଷାଳୟର ପ୍ରାକ୍ତନ ବିଦ୍ୟାର୍ଥୀମାନେ ସେହି ଅନୁଷ୍ଠାନର ଭଲମନ୍ଦ ବୁଝିବା ପାଇଁ , ଏହାକୁ ଆଗକୁ ବଢ଼ାଇବା ପାଇଁ ଦାୟିତ୍ବ ନେବାକୁ ଆଗେଇ ଆସନ୍ତି, ତାହା ହିଁ ଏକ ସଫଳ ଶିକ୍ଷାନୁଷ୍ଠାନ ବୋଲି ରେମୁଣା ବ୍ଲକ୍ ପଦ୍ମପୁର ଠାରେ ପ୍ରତିଷ୍ଠିତ ବାଞ୍ଛାନିଧି ଇଂଲିଶ ମିଡିୟମ୍ ସ୍କୁଲର ୨୫ତମ ସ୍ବନକ୍ଷତ୍ର ଦିବସ ଅବସରରେ ଆୟୋଜିତ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଉତ୍ସବରେ କବି ଓ ପ୍ରକାଶକ ଅଭୟ ଦାସ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଇଂ ପ୍ରିୟତମ କୁମାର ଜୈନ, ସମ୍ମାନିତ ଅତିଥି ଭାବରେ ‘ମାସ୍’ର ବରିଷ୍ଠ ସଦସ୍ୟ କବି ବିଜୟ ଦାସ ଅଧିକାରୀ, ପ୍ରଣିତା ମିଶ୍ର, ପରାମର୍ଶଦାତା ଶିବାଜୀ , ନିର୍ଦ୍ଦେଶକ ଇଂ ମଧୁସୂଦନ ବାରିକ୍, ଉପାଧ୍ୟକ୍ଷ ଅନନ୍ତ କୁମାର ମହାନ୍ତି, ସଂପାଦିକା ବିନତି ବାରିକ୍ , ପିଟିଏ କମିଟି ସଂପାଦକ ଗୋବିନ୍ଦ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ଗ୍ରାମାଞ୍ଚଳର ଗରୀବ, ଅନାଥ ବିଶେଷ କରି ଆଦିବାସୀ ଓ ଦଳିତ ବର୍ଗର ପିଲାମାନଙ୍କୁ ମାଗଣାରେ ଇଂରାଜୀ ମାଧ୍ୟମରେ ସିବିଏସସି ପାଠ୍ୟକ୍ରମ ଶିକ୍ଷାଦାନ କରୁଥିବା ଏହି ବିଦ୍ୟାଳୟର ପ୍ରତିଷ୍ଠାତା ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଭାଷ୍କର ଚନ୍ଦ୍ର ବାରିକ୍ ।

ଏହି ମହାନ୍ ଶିକ୍ଷାନୁଷ୍ଠାନର ମହତ୍ ଉଦ୍ଦେଶ୍ୟକୁ ସମ୍ମାନ ଜଣାଇ ଏବଂ ଏହି ଅନୁଷ୍ଠାନର ପରିସରରେ ଚାଲିଥିବା ଏକ ବୃଦ୍ଧାଶ୍ରମର ପରିଚାଳନାରେ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମାଜିକ ସଂଗଠନ ‘ମାନବ ଅଧିକାର ସୁରକ୍ଷା ସଂସଦ'(ମାସ୍) ପକ୍ଷରୁ ଏହାର ବରିଷ୍ପ କାର୍ଯ୍ୟନିର୍ବାହୀ ସଦସ୍ୟ ଭାରତ ସରକାରଙ୍କ ସେବାନିବୃତ୍ତ ବିତ୍ତ ଅଧିକାରୀ ବିଜୟ ଦାସ ଅଧିକାରୀ ଅନୁଷ୍ଠାନକୁ ବାର୍ଷିକ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ।

ଶେଷରେ ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଏହାର ପ୍ରତିଷ୍ଠାତା ଡକ୍ଟର ବାରିକ୍ ଓ ସଂପାଦିକା ବିନତି ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.