‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ଓଡ଼ିଆ ପକ୍ଷ ପାଳନ ଓ କର୍ମକର୍ତ୍ତା ମନୋନୟନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଅସ୍ମିତା କେବଳ ରାଜନୈତିକ ସ୍ଲୋଗାନରେ ସୀମତି ନ ରହି ପ୍ରତ୍ୟେକ ଓଡ଼ିଆ ପରିବାରରୁ ନିଜ ମାତୃଭୂମି ଓ ମାତୃଭାଷା ପ୍ରୀତି ଜାଗ୍ରତ କରିପାରିଲେ ଓଡ଼ିଆ ଭାଷା ଭଳି ଏକ ଶାସ୍ତ୍ରୀୟ ଭାଷା ଅଚିରେ ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଓଡ଼ିଆ ପକ୍ଷ ପାଳନ ଅବସରରେ ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଆ ଭାଷା ସାହିତ୍ୟ ଓ ଆମ ଅସ୍ମିତା’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତମାନେ ମତପ୍ରକାଶ କରିଛନ୍ତି।

ଅନୁଷ୍ଠାନର ସଭାପତି ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗବେଷକ ଡକ୍ଟର ମଥୁରାନାଥ ହୋତା ଓ ମୁଖ୍ୟବକ୍ତା ଭାବେ ଯଶସ୍ୱୀ କବି ସମରେନ୍ଦ୍ରନାଥ ମହାପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଅରୁଣା ରାୟ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସଂପାଦକ ନିବାରଣ ଜେନା ଆଲୋଚନାଚକ୍ର ସଂପର୍କରେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ଆଗାମୀ ତିନିବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ କରାଯାଉଥିଲା । ନୂତନ କର୍ମକର୍ତ୍ତା ଭାବରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସଭାପତି, ନିରଂଜନ ରାଉତ ଓ ନିବାରଣ ଜେନା ଉପସଭାପତି, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ସାଧାରଣ ସଂପାଦକ, ତପନ ରାୟ ସଂଗଠନ ସଂପାଦକ, ଜୁମରନାଥ ପାତ୍ର ଓ ଶାନ୍ତିଲତା ପଣ୍ଡା ଯୁଗ୍ମ ସଂପାଦକ ଏବଂ ଦୀପକ ବୋଷ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଶେଷରେ ଦୀପକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.