ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ ପକ୍ଷରୁ ନର୍ଲାରେ ପାଳିତ ହେଲା ଆମ୍ବେଦକର ଜୟନ୍ତୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ମାଉଣ୍ଟେନ କିଡସ ସ୍କୁଲ ଠାରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ ପକ୍ଷରୁ ଡ଼ଃ ବି.ଆର ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ସମ୍ବିଧାନ ପ୍ରଣେତା ବାବାସାହେବଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଗାଥା ଉପରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ନର୍ଲା ସରପଞ୍ଚ ତନୁଜା ହରପାଲ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ସୁରେନ୍ଦ୍ର ସୁନାନି, ସରିଆଁ ନାଏବ ସରପଞ୍ଚ ଲୋଚନା ଘର୍ଡା, ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନ୍ ଜିଲ୍ଲା କାର୍ଯ୍ୟକାରି ସଭାପତି ତେଜରାଜ ବେହେରା, ବିଜୟ ଶିକ୍ଷା କୋଷାଧ୍ୟକ୍ଷ, ସୁଭଦ୍ରା  ଶେଖ୍ ଆଜାଦ ମହିଲା ସଭାନେତ୍ରୀ, ଜିଲ୍ଲା ସମ୍ପାଦକ ଭିକାରୀ ଚରଣ ସେନା, ବ୍ଳକ୍ ସ୍ତରୀୟ ଉପସଭାପତି ନରୋତ୍ତମ କରୁଆ, ଉପସଭାପତି ସୈଲ କୁମାର, ଯୁବ ସଭାପତି ଦିଲ୍ ଦିଓ ଘର୍ଡା, ଉପଦେଷ୍ଟା ଧର୍ମ କୁମାର ତାଣ୍ଡି, ଦେଵେନ୍ଦ୍ରେ ନାଗ, ପରମା ନନ୍ଦ ସେନାପତି, ଭୋଦେବ ନିହାଲ୍, ଆକୃର ନାଏକ୍, ମିନକେତନ ତାଣ୍ଡି, ଉପଦେଷ୍ଟା ବବୃବାହାନ ବାଗ, ପଦ୍ମନ ସେନାପତି କୋଷାଧ୍ୟକ୍ଷ, ବିଭୁତି ଭୁଷଣ ତାଣ୍ଡି, ଲଲିତ ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଜୟନ୍ତୀ ଉପଲକ୍ଷେ ମହାବିଦ୍ୟାଳୟ ମାନଙ୍କର ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ବକୃତା ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ଶିଖାରାଣୀ ସାହୁ ପ୍ରଥମ, ଡୋଲେଶ୍ବରୀ ପାତ୍ର ଦ୍ବିତୀୟ ଏବଂ ମାଳତୀ ସେଠୀ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପକ ଉଦିତ କୁମାର ଚଲାନ ଓ ଜିଏସଟି ସୁପରିଟେଣ୍ଡେଣ୍ଟ ବିଜୟରାଜ ଶିଖା ଦାଇତ୍ୱ ନିର୍ବାହ କରିଥିଲେ। ଶେଷରେ ଫେଡେରେସନର ବ୍ଲକ ଉପସଭାପତି ନରୋତ୍ତମ କରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.