୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି; ଫାଇନାଲରେ ଉଲୁଣ୍ଡା ବନାମ୍ ନିମ୍ନା ଦଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଇଣ୍ଟରକ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ସେମି ଫାଇନାଲ ଖେଳର ଦୁଇ ଗୋଟି ମ୍ୟାଚ ଅନୁଷ୍ଟିତ ହୋଇଯାଇଛି।ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟୁର୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଇନଚାର୍ଜ ତଥା ଅଣ୍ଡର ଫିଫ୍ଟିନ୍ ସିଲେକ୍ଟର ଗଙ୍ଗାଧର ବେହେରା ଓ ସମ୍ମାନୀତ ଅତିଥି ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଓ ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥୀ, ଦିଲ୍ଲୀପ ପାତ୍ର, ନବକିଶୋର ମିଶ୍ର, ରାଜକିଶୋର ତ୍ରିପାଠୀ, ପିତାମ୍ବର ମହାପାତ୍ର, ମହାଦେବ ମଲ୍ଲିକ, ସହଦେବ ମେହେର, ସରୋଜ ପ୍ରକାଶ ପ୍ରଧାନ ଯୋଗଦେଇ ମ୍ୟାଚ୍କୁ ଉଦ୍ଘାଟନ କରି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଳକ୍ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ସେମି ଫାଇନାଲର ପ୍ରଥମ ମ୍ୟାଚ୍ ନାରାୟଣପୁର ଓ ନିମ୍ନା ଦଳ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି। ରାମଧୂନ୍ କ୍ଳବ୍ (ସି) ଓ ଉଲୁଣ୍ଡା ଦଳ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ରାମଜୀ କ୍ଲବ୍ ନିମ୍ନା ଦଳ ୩-୦ ଗୋଲରେ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ରେ ଉଲୁଣ୍ଡା ଦଳ ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ସମସ୍ତ ମ୍ୟାଚକୁ ମ୍ୟାଚ୍ କମିସନର ଭାବେ ଜିତେନ୍ଦ୍ର ଥନାପତି, ମୁଖ୍ୟ ରେଫରୀ ଭାବେ ରାଜେଶ ଥନାପତି, ସାନୁଜ ବିଶ୍ଵାଳ, ଅନିତା ମହାନନ୍ଦ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ , ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ, ଅନିଲ ଭୋଇ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ , ବିକାଶ ପାଢ଼ୀଙ୍କ ସମେତ ଚନ୍ଦନ ବେହେରା, ସୁଜିତ୍ ବରିହା, ଗୁରୁ ଦଳେଇ, ରଂଜୁ ସାହୁ, ଅନିଲ ସାହୁ , ଶିବ, ରବି ଗୂରୁ, ଚୈତ୍ୟନ୍ୟ, କିରଣ ନାଏକ, ଚାହଦ ମଜୁମଦାର, ବସିର ମହମ୍ମଦ, ସଦା ସାହୁ , ଦିଲ୍ଲୀପ ସାହୁ, ପୁରେନ ନାଏକ, କଲିମ ମହମ୍ମଦ, ପ୍ରମୁଖ ରାମଧୂନ୍ କ୍ଲବ୍ ଓ ଜିଲ୍ଲା କ୍ରୀଡ଼ା ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.