ଲାଞ୍ଜିଗଡ଼ରୋଡ଼ ଠାରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ରାଧାକୃଷ୍ଣ କମିଟି ତଥା ଲାଞ୍ଜିଗଡ଼ରୋଡ଼ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଏହି ନାମଯଜ୍ଞ ବୁଧବାର ସକାଳ ୭ଘଣ୍ଟା ୩୦ ମିନିଟରୁ ଆରମ୍ଭ ହୋଇ ଗୁରୁବାର ସକାଳେ ପୂର୍ଣ୍ଣାହୁତି ଏବଂ ନଗର ପରିକ୍ରମା ସହ ସମାପନ ହେବ। ଏଥିରେ କର୍ତ୍ତା ଭାବେ ଆଶିଷ ଗଉଡ଼ ଓ ତାଙ୍କ ଧର୍ମପତ୍ନୀ ଜନନୀ ଗଉଡ଼ ରହିଥ‌ିବାବେଳେ ପୂଜକ ଭାବେ ଲମ୍ବୋଦର ପାଢ଼ୀ ରହିଛନ୍ତି। ଏଥିରେ ସାତଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଚାରିଟି ପୁଅଦଳ ରହିଥିବା ବେଳେ ତିନୋଟି ଝିଅଦଳ ରହିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.