ବଲାଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ସଦର ବ୍ଳକ୍ ଅନ୍ତର୍ଗତ ବଲାଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସତ୍ୟଜିତ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହିତ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ ଜୟ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ଖରଝୁରାର ଜେଆରସି ପରାମର୍ଶଦାତା ତଥା ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ଏବଂ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜେଆରସି ପରାମର୍ଶଦାତା ତଥା ରକ୍ଷକ ସାଧନ କର୍ମୀ ଗୋପେଶ ପଣ୍ଡା। ସାଧନ କର୍ମୀମାନେ ହଠାତ୍ ମୂର୍ଚ୍ଛା ହେବା, ସକ୍, ରିକୋଭରି ପୋଜିସନ, ସାପ କାମୁଡା, ବ୍ୟାଣ୍ଡେଜ୍, ଚୋକିଂ, ଦେହରେ ନିଆଁ, ହାଡ଼ ଭଙ୍ଗା, ମୁଣ୍ଡ ଫଟା, ରକ୍ତସ୍ରାବ ଆଦିର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଜିତେନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ରେଡକ୍ରସ୍ ପରାମର୍ଶଦାତା ବ୍ୟାସଦେବ ଭୁଇ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପ୍ରମୋଦ କୁମାର ସାହୁ, ସଂଗ୍ରାମ ମିଶ୍ର, ସୁସାନ୍ତ ଦାସ, ଜଗନ୍ନାଥ ପଣ୍ଡା, ପ୍ରାଣବନ୍ଧୁ ବେଜ, କିଶନଲାଲ ପଧାନ, ରାଧାକାନ୍ତି ମନହିରା, ତଥା କର୍ମଚାରୀ ସଦାନନ୍ଦ, ଜପେନ୍ଦ୍ର ଓ ନବିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରି ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.